Friday, November 13, 2026
Home ଆଞ୍ଚଳିକ ଆସିକାରେ ଓକିଲ ଦିବସ ପାଳିତ

ଆସିକାରେ ଓକିଲ ଦିବସ ପାଳିତ

51

ଆସିକା,୨୮/୪(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଆସିକା ସିଭିଲ ଏଣ୍ଡ କ୍ରିମିନାଲ କୋର୍ଟ ପରିସରରେ ଓକିଲ ଦିବସ ବଡ ଧୁମ ଧାମରେ ପାଳନ ହୋଇଯାଇଛି l ଏହି ଉତ୍ସବ କୁ ଆସିକା ବାର ଆସୋସିଏସନ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡିଶା ହାଇକୋର୍ଟ ର ବିଚାରପତି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ, ମୁଖ୍ୟତିଥି ଭାବେ ଗଞ୍ଜାମ ଡିଷ୍ଟ୍ରିକ ଏଣ୍ଡ ସେସନ ଜଡ଼ଜ ଆନନ୍ଦ ଚନ୍ଦ୍ର ବେହେରା ଯୋଗଦେଇଥିଲେ l

ଏହି ଅବସରରେ ଦୀର୍ଘ ୫୦ ବର୍ଷ ଧାରୀ କାର୍ଯ୍ୟ କରିଥିବା ବରିଷ୍ଠ ଓକିଲ ପଞ୍ଚାନନ ପୋଲେଇ ଙ୍କୁ ସନ୍ନମାନିତ କରାଯିବା ସହିତ ଟେଲିଫୋନ ପୁସ୍ତକ ଉନ୍ନ୍ମୋଚନ, ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଲକ୍ଷ,ନିଷ୍ଠା, ଆଦର୍ଶ ସାଙ୍ଗକୁ ଅବିଚଳିତ ଉଦ୍ୟମ ରହିଲେ ଯାଇ ମଧୁବାବୁଙ୍କ ଭଳି ଆଜିର ଓକିଲ ମାନେ ନିଜକୁ ଶୀର୍ଷରେ ପହଞ୍ଚାଇ ପାରିବେ ବୋଲି ଆସିକା ଓକିଲ ସଂଘ ପକ୍ଷରୁ ଆୟୋଜିତ ଆଇନଜୀବୀ ଦିବସ ପାଳନ ଅବସରରେ ମଞ୍ଚସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି ଉତ୍ସବରେ ସଂଘର ସଂପାଦକ ଛବିଳ ରାମ ମିଶ୍ର,ଉପ ସଭାପତି ପି ଶିବ ଶଙ୍କର ପାତ୍ରଙ୍କ ସମେତ କାର୍ଯ୍ୟକାରୀ କମିଟି ସଦସ୍ୟ, କର୍ମକର୍ତ୍ତା ଓ ସମସ୍ତ ଓକିଲମାନେ ଉପସ୍ଥିତ ଥିଲେ।