ଗ୍ରାମବାସୀଙ୍କ ଦ୍ୱାରା ରାଜ୍ୟ ରାଜପଥ ଅବରୋଧ । ରାସ୍ତା କାର୍ଯ୍ୟ ଆରମ୍ଭ ନହେବା ଯାଏଁ ଧର୍ମଘଟ ଚାଲୁ ।।

35

ଭବାନୀପାଟଣା (ଜିଲ୍ଲା ଖବର ) : ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଦାଦପୁର ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧ । ବହୁବାର ମୂଖ୍ୟମନ୍ତ୍ରୀ, ବିଧାୟକ ତଥା ବିରୋଧୀ ଦଳ ନେତା, ଜିଲ୍ଳାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଅଧିକ୍ଷଣ ଯନ୍ତ୍ରୀ, ମୂଖ୍ୟ ଯନ୍ତ୍ରୀ ଗୃହ ଓ ସଡକ ନିର୍ମାଣ ବିଭାଗ ସମସ୍ତଙ୍କୁ ପତ୍ର ପ୍ରଦାନ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ଶେଷରେ ଗତ ବୁଧବାର 18 ତାରିଖ ସକାଳ 7ଟାରୁ ମଧ୍ୟାହ୍ନ 2ଟା ପର୍ଯ୍ୟନ୍ତ ଦାଦପୁର ଚାରି ଛକରେ ଧାରଣାରେ ବସିଥିଲେ । ଫଳରେ ରାସ୍ତାର ଦୁଇ ପାଖରେ ବହୁତ ଭାରୀ ଜାନ ଅଟକି ରହିଥିବା ନଜିର ଆସିଛି । ଏକ ପୋଲ ସମ୍ପୂର୍ଣ୍ଣ ରୂପେ ଭଗ୍ନାବସ୍ଥାରେ ଥିବାରୁ ତାହାର ନିର୍ମାଣ ତୁରନ୍ତ ଦାବୀ କରାଯାଇଛି । ଘଟଣା ସ୍ଥଳରେ କଳାହାଣ୍ଡି ତହସିଲଦାର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସଦର ଥାନାଧିକାରୀ ଓ ବିଭାଗୀୟ ଯନ୍ତ୍ରୀ ପହଞ୍ଚି ପରିସ୍ଥିତି ଆୟତ୍ତ ପାଇଁ ଚେଷ୍ଟା କରି ବିଫଳ ହେବାରୁ ଏବେସୁଦ୍ଧା 52ଜଣ ଆନ୍ଦୋଳନକାରୀ ଙ୍କୁ ଥାନାରେ ଅଟକ ରଖି ବିଳମ୍ବିତ ରାତ୍ରରେ ଜେଲ ହାଜତକୁ ପଠାଯାଇଛି । ଆନ୍ଦୋଳନକାରୀ ଙ୍କ ନେତା ତେଜରାଜ ସାହୁ ମାଣିଙ୍ଗ୍ ଛକରୁ ଦାଦପୁର, ଦେପୁର ଦେଇ ଛତିକୁଡା ଯାଏଁ ଯାଇଥିବା ରାସ୍ତା ନିର୍ମାଣ ତୁରନ୍ତ ଆରମ୍ଭ କରାଯିବା ପର୍ଯ୍ୟନ୍ତ ସପରିବାର ଆନ୍ଦୋଳନକୁ ଜାରି ରଖିବା ପାଇଁ ଚେତାବନୀ ଦେଇଛନ୍ତି ।

ରିପୋର୍ଟ ଜଗନ୍ନାଥ ନାୟକ