Wednesday, October 14, 2026
Home ଆଞ୍ଚଳିକ ପାଣି ସମସ୍ୟା ଘେରରେ ଏକମ୍ବା ଗ୍ରାମ ର ଦୁଇ ସାହି ବାସିନ୍ଦା ।

ପାଣି ସମସ୍ୟା ଘେରରେ ଏକମ୍ବା ଗ୍ରାମ ର ଦୁଇ ସାହି ବାସିନ୍ଦା ।

362

ନବରଙ୍ଗପୁର , ୨୭/୦୪/୨୨ ( ଜିଲ୍ଲା ଖବର ) : ଦୀର୍ଘ ଦିନ ଧରି ପାଣି ସମସ୍ୟା ଘେରରେ ନବରଙ୍ଗପୁର ଜିଲ୍ଲା ର ନନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତ ର ଏକମ୍ବା ଗ୍ରାମ ର ଦୁଇ ସାହି ବାସିନ୍ଦା । ବହୁ ବାର ବ୍ଲକ କାର୍ଯ୍ୟାଳୟ ଓ ସରପଞ୍ଚ , ବିଧାୟକ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ କୈାଣସି ଫଳପ୍ରଦ ହୋଇପାରି ନାହିଁ। ଗ୍ରୀଷ୍ମ ବଢିବା ସହ ଜଳ କଷ୍ଟ ବଢ଼ିବାରେ ଲାଗିଛି।

ଗୋଟିଏ ହାଣ୍ଡି ପାଣି ପାଇଁ ମହିଳା ମାନଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଛି। ନବରଙ୍ଗପୁର ଜିଲ୍ଲାର ଗ୍ରାମାଂଚଳ ମଧ୍ୟ ବାଦ ପଡିନାହିଁ, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ସଦର ପଞ୍ଚାୟତ ର

ଏକମ୍ବା ଗ୍ରାମରେ ଏହି ଜଳ କଷ୍ଟ ଦେଖିବାକୁ ମିଳିଛି ଗ୍ରାମର ଉପର ମୁଣ୍ତରେ ରହୁଥିବା ସାହି ଗୁଡ଼ିକ ମୁଖ୍ୟତଃ ହରିଜନ ସାହି,ଗୌଡ଼ ସାହି ରେ ଉତ୍କଟ ପାନୀୟ ଜଳ ସମସ୍ୟା।

ଗ୍ରାମରେ ପ୍ରାୟ ୪୫୦ ପରିବାର ରହୁଥିବା ବେଳେ ୩୨ ଗୋଟି ନଳକୁପ ଦୁଇ ଗୋଟି ଗଭୀର ନଳକୂପ ରହିଛି କିନ୍ତୁ ତତ ମଧ୍ୟରୁ ଛଅ ଗୋଟି ନଳକୁପ ଓ ଗୋଟିଏ ଗଭୀର ନଳକୂପ ଖରାପ ହୋଇ ପଡ଼ିଥିବା ଯୋଗୁଁ ପାନୀୟ ଜଳ ସଙ୍କଟ ବଢ଼ି ଯାଇଛି।

ଗ୍ରାମରେ ଆଉ ପାଂଚ ଗୋଟି ନଳକୂପ ସହ ଗଭୀର ନଳକୂପ ର ମଟର ମରାମତି କଲେ ପାନୀୟ ଜଳ ସମସ୍ୟା ଦୁର ହୋଇଯିବ ବୋଲି ଗ୍ରାମ ର ମଙ୍ଗଳ ଜାନୀ ହରିଜନ , ଲଛମା ହରିଜନ , ଜମ୍ମୁ ହରିଜନ , ବୃନ୍ଦାବନ ତ୍ରିପାଠୀ ପ୍ରକାଶ କରିଛନ୍ତି।

ଅନ୍ୟ ପକ୍ଷରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁ ଗଣ ମାଧ୍ୟମ ଠାରୁ ସମସ୍ୟା ସଂପର୍କ ରେ ଅବଗତ ହେବା ପରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ଏକାମ୍ବା ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ସମସ୍ୟା ଦୁର କରିବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତିି।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର।