
ସୋରଡା , ୨୭/୦୪/୨୨ ( ଜିଲ୍ଲା ଖବର ) : ସୋରଡ଼ା ବିଜୁ ଛାତ୍ର ଜନତା ଦଳ ତରଫରୁ ରାଜ୍ୟ ତଥା ସୋରଡ଼ା ଅଞ୍ଚଳରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଞ୍ଚାୟତ ବା ପଞ୍ଚାୟତ ସମିତି ,ଏନ୍ ଏ ସି ବା ଅନ୍ୟ କୌଣସି ସ୍ତରରେ ଚଳିତ ବର୍ଷ ଜଳଛତ୍ର ବା ପାନୀୟ ଜଳ ବଣ୍ଟନ ବ୍ୟବସ୍ଥା ହୋଇ ନ ଥିବା ବେଳେ ଛାତ୍ର ସଭାପତି ପ୍ରସନ୍ନ ମୁନିଙ୍କ ପ୍ରଚେଷ୍ଟାରେ ଆଜି କାଳୀ ମନ୍ଦିର ରୋଡ଼ରେ ଥିବା ପ୍ରକାଶ ଚନ୍ଦ୍ର ମହିଳା ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଜଳଛତ୍ରର ସୁଭାରମ୍ବ କରାଯାଇଛି।



ଏହି ଜଳଛତ୍ର କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ସହ ନବ ନିର୍ବାଚିତ ଏନ୍ ଏ ସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା ପ୍ରମୁଖ ଉଦଘାଟନ କରିଥିଲେ।



ଏହି କାର୍ଯ୍ୟକ୍ରମକୁ ଏହି ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ୍ୟା ସଂଯୁକ୍ତା ପଣ୍ଡା, ଓ ରେଡ଼କ୍ରସ ସଂଯୋଜକ ରାଜେଶ କୁମାର ପାତ୍ରଙ୍କ ସହ କିଛି ଛାତ୍ରୀ ଆୟୋଜନ କରିଥିଲେ।


ଏହି କାର୍ଯ୍ୟକୁ ଶିକ୍ଷିତ ସମାଜ ଭୁରି ପ୍ରଶଂସା କରିବା ସହିତ ସହରର ପ୍ରମୁଖ ଗନ୍ତବ୍ୟ ସ୍ଥଳରେ ଜଳ ଯୋଗାଇ ଆସ୍ଥା ଭାଜନ ହୋଇଥିବା କହିଛନ୍ତି।

ଏହି କାର୍ଯ୍ୟକ୍ରମକୁ ଛାତ୍ର ଜନତାଦଳର ଅନ୍ୟ ସଦସ୍ୟ ତଥା ନିଲଞ୍ଚଳ ପ୍ରଧାନ,ମୁଖ୍ୟମନ୍ତ୍ରୀ ପୁରସ୍କୃତ ତିତିଲି ହିରୋ ବୁଦ୍ଧିରାମ ବେହେରା, ସୟାଦ ୱାସିମ,ସରୋଜ ପ୍ରଧାନ, ଦିଲ୍ଲୀପ ସାହୁ,ଗୋପାଳକୃଷ୍ଣ ଦାସଙ୍କ ସହ ଏନ୍ ଏ ସି ଉପାଧ୍ୟକ୍ଷ୍ୟା ଭାଗ୍ୟଳତା ଡାକୁଆ, କାଉନସିଲର କେ ସତ୍ୟନାରାୟଣ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।


ଛାତ୍ର ସଭାପତି ଶ୍ରୀ ମୁନି କହିଛନ୍ତି ଆଗକୁ ଭ୍ରମ୍ୟମାଣ ଭାବେ ସହରର ଅନ୍ୟ ଛକ ଓ ମୁକ୍ଷ୍ୟ ସ୍ଥାନ ମାନଙ୍କରେ ପ୍ରତ୍ୟହ ବଣ୍ଟନ କରାଯିବା ନେଇ ସୂଚନା ଦେଇଛନ୍ତି।


