Saturday, October 10, 2026
Home ଅପରାଧ ଗିରଫ ହେଲେ ନକଲି ଶିକ୍ଷୟତ୍ରୀ ।

ଗିରଫ ହେଲେ ନକଲି ଶିକ୍ଷୟତ୍ରୀ ।

124

ଧରାକୋଟ , ୨୭/୦୪/୨୨ ( ଜିଲ୍ଲା ଖବର ) : ଗଂଜାମ ଜିଲ୍ଲାରେ ପୁଣି ଥରେ ପୋଲିସ ଦ୍ୱାରା ଗିରଫ ହେଲେ ଜଣେ ନକଲି ଶିକ୍ଷୟତ୍ରୀ । ଧରାକୋଟ ବ୍ଲକ ନାରାୟଣପୁର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ପ୍ରତିମା ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧରାକୋଟ ପୋଲିସ ।

+2 ଜାଲ ସାର୍ଟିଫିକେଟ ଦେଇ ଶିକ୍ଷା ସହାୟକ କାର୍ଯ୍ୟକରୁଥିବା ଅଭିଯୋଗ ହେବାପରେ ଧରାକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ l

ଅଭିଯୋଗ ଆଧାରରେ ପୋଲିସ ୯୯/୨୨ ରେ ଏକ ମାମଲା ରୁଜୁକରି ପ୍ରତିମା ରହୁଥିବା ମୁଣ୍ଡମରାଇ ଭଡାଘରୁ ଗିରଫ କରିଥିବା ସୂଚନା ମିଳିଛି l

ଗିରଫ ଶିକ୍ଷୟତ୍ରୀ ପ୍ରତିମା ସାହୁ କେନ୍ଦ୍ରାପଡା ଜିଲ୍ଲା ର ବୋଲି ଜଣାପଡିଛି l ତାଙ୍କୁ ଆଜି ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରିଛି ପୋଲିସ l