Sunday, October 11, 2026
Home ଆଞ୍ଚଳିକ ଗୁଣପୁର ମହାବିଦ୍ୟାଳୟରେ ଆଜି N-LIST ନାମକ ଏକ ଇ-ସମ୍ବଳ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି ।

ଗୁଣପୁର ମହାବିଦ୍ୟାଳୟରେ ଆଜି N-LIST ନାମକ ଏକ ଇ-ସମ୍ବଳ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି ।

43

ଗୁଣପୁର , ୨୬/୦୪/୨୨ ( ଜିଲ୍ଲା ଖବର ) : ଗୁଣପୁର ମହାବିଦ୍ୟାଳୟରେ ଆଜି N-LIST ନାମକ ଏକ ଇ-ସମ୍ବଳ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଇ-ପାଠ୍ଯପୁସ୍ତକ ତଥା ଇ-ପତ୍ରପତ୍ରିକା ପାଠକରିବା ସହ ଡାଉନଲୋଡ୍ କରିବାର ସୁଯୋଗ ଲାଭ କରିପାରିବେ ।

ଏଥିରେ ପ୍ରାୟ ଏକ ଲକ୍ଷ ଅନେଶତ ହଜାର ପାଞ୍ଚଶହ (୧,୯୯,୫୦୦) ଇ-ପୁସ୍ତକ ରହିଥିବା ବେଳେ ଛଅ ହଜାର (୬୦୦୦ ) ଇ-ପତ୍ରିକା ଉପଲବ୍ଧ ଅଛି ।

ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁଙ୍କ ଦ୍ବାରା ଉଦଘାଟିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ର, ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି, ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା, ଅଧ୍ୟାପକ ଅମୀୟ ରଂଜନ ମହାନ୍ତି, ଅଧ୍ୟାପକ ଡକ୍ଟର ସତ୍ଯବାନ ଗରଡ଼ା, ଅଧ୍ୟାପକ ଜଗନ୍ନାଥ ଦୀପ୍, ଅଧ୍ୟାପକ ଅଗାଧୁ ଶବର, ଅଧ୍ୟାପକ ଶ୍ଯାମସୁନ୍ଦର ମହନ୍ତ, ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।