Sunday, October 11, 2026
Home ଆଞ୍ଚଳିକ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟରେ ଦିନିକିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ।

ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟରେ ଦିନିକିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ।

129


ଗୁଣୁପୁର , ୨୬/୦୪/୨୨ ( ଜିଲ୍ଲା ଖବର ) : ଭାରତ ସରକାର ଙ୍କ ଜାତୀୟ ଗବେଷଣା ବିକାଶ ନିଗମ ସହଭାଗୀତାରେ ରେ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପରିସର ଏକ ବୌଦ୍ଧିକ ସମ୍ପତ୍ତି, ଅଭିନବକରଣ ଏବଂ ଉଦ୍ୟୋଗକାରୀ ସମ୍ପର୍କରେ ଦିନିକିଆ ଜାତୀୟ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜାତୀୟ ଗବେଷଣା ବିକାଶ ନିଗମର ଅଧ୍ୟକ୍ଷ ତଥା ମୁଖ୍ୟ ପରିଚାଳକ କୋମଡୋର ଅମିତ ରାସ୍ତଗି ଅଭାସି ମଧ୍ୟମରେ ନିଗମର କାର୍ଯ୍ୟକାରିତା ଓ ବୌଦ୍ଧିକ ସମ୍ପତ୍ତିର ଉପଯୋଗୀତା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ।

ସମ୍ମାନୀୟ ଅତିଥି ଭାବେ ଭାରତ ସରକାରଙ୍କ ଆଈ ଆଇ ପି ଏ ର ପୁର୍ବତନ ପ୍ରାଧ୍ୟାପକ ଡ଼ଃ ସୁଜିତ ପୃସେଥ ଯୋଗଦେଇ ଶିକ୍ଷାନୁଷ୍ଠାନ ଓ ଅଭିନବକରଣ ର ସମ୍ପର୍କରେ ଆଲୋକପାତ କରିଥିଲେ। ବିଶ୍ଵ ବିଦ୍ୟାଳୟ ର ଉପ ସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା ଯୋଗଦେଇ ଅଭିନବକରଣ କୁ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରୋତ୍ସାହିତ କରିବା ସହ ଦେଶର ବିକାଶ ରେ ସହଭାଗିତା ନିମନ୍ତେ ପ୍ରବର୍ତ୍ତାଇ ଥିଲେ। ଭାରତ ସରକାରଙ୍କ ଅଭିନବକରଣ ର ନିର୍ଦ୍ଦେଶକ ଡ଼ଃ ମୋହିତ ଗମ୍ଭୀର ଏବଂ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟ ଅଭିନବକରଣ କେନ୍ଦ୍ର ର ମୁଖ୍ୟ ରବି ଏଶ୍ବରପୁ ଆଭାସି ମାଧ୍ୟମରେ ସମାଜ ର ଉର୍ଣ୍ଣତି ରେ କଳକାରଖାନାର ଏବଂ ବୌଦ୍ଧିକ ସମ୍ପତ୍ତି ବିଷୟରେ କହିଥିଲେ।

ଜାତୀୟ ଗବେଷଣା ବିକାଶ ନିଗମର ଆଞ୍ଚଳିକ ଅଧିକାରୀ ତଥା ଟି ଆଇ ଏସ ସି ର ମୁଖ୍ୟ ଡ଼ଃ ବିଜୟ କୁମାର ସାହୁ ଯୋଗ ଦେଇ ବୌଦ୍ଧିକ ସମ୍ପତ୍ତି ଏବଂ ଯୁବ ପିଡ଼ିର ଉତ୍ତମ ଭବିଷ୍ୟତ ପାଇଁ ବିଭିନ୍ନ ଉଦାହରଣ ମଧ୍ୟମରେ ବୁଝାଇ ଥିଲେ।ଅନୁଷ୍ଠାନର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜେ ରାଓ ଅନୁଷ୍ଠାନ ଅଗ୍ରଗତି ତଥା ସଫଳତା ବିଷୟରେ କହିଥିଲେ।ଵିଶ୍ଵବିଦ୍ୟାଳୟ ର ଅଭିନବକରଣ କେନ୍ଦ୍ରର ଅଧିକାରୀ ଡ଼ଃ ତୁଷାର କାନ୍ତ ପଣ୍ଡା ସ୍ଵାଗତ ଭାଷଣ ଦେଇଥିବାବେଳେ ଡ଼ଃ ମନୋଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅନୁଷ୍ଠାନର ଅଧ୍ୟାପିକ ଘନିଷ୍ଠା ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।