
ବୁଗୁଡା , ୨୬/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତର ନଗୁଡୁ ଗ୍ରାମସ୍ଥିତ ନଟବର ନୋଡାଲ ଶିକ୍ଷା ନିକେତନରେ ଆଜି ଏକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଚିତ୍ରା ସାମଲଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ସରପଞ୍ଚ ପ୍ରକାଶ ବେହେରା,ସମ୍ମାନିତ ଅତିଥି ଭାବେ ସମିତିସଭ୍ଯ ଜୟଦେବ ପ୍ରଧାନ,

ବରିଷ୍ଠ ସାହିତ୍ୟିକ ତଥା ସାମ୍ବାଦିକ ତ୍ରିଲୋଚନ ପଣ୍ଡା,ବୁଦ୍ଧିଜୀବୀ ବଳରାମ ଆରୁଖ,ସୁନିଲ କୁମାର ପ୍ରଧାନ ଏବଂ ଦିଲ୍ଲୀର କୁମାର ପୋଲାଇ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ବରିଷ୍ଠ ତଥା କ୍ରୀଡା ଶିକ୍ଷକ ଦଣ୍ଡପାଣି ସ୍ବାଇଁ ମଞ୍ଚ ପରିଚାଳନା କରିଥିଲେ।

ସର୍ବପ୍ରଥମେ ସରପଞ୍ଚ ବେହେରା ଜଗତର ନାଥ ଜଗନ୍ନାଥ ସ୍ଵାମୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀମାନେ ମଙ୍ଗଳ ସୂଚକ ସଙ୍ଗୀତଗାନ କରିଥିଲେ ।

ତା’ପରେ ଶତାଧିକ ଅଭିଭାବକ ମଧ୍ଯରେ ବିଦ୍ୟାଳୟର ପରିଚାଳନା କମିଟି ଚୟନ ପ୍ରକ୍ରିୟା ଆରମ୍ଭ ହୋଇ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ୧୯ ଜଣକୁ ମନୋନୀତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ବିଭୂ ପ୍ରସାଦ ପଣ୍ଡାଙ୍କ ସହ ସମସ୍ତ କର୍ମଚାରୀମାନେ ସୁପରିଚାଳନା କରିଥିଲେ । ପରିଶେଷରେ କ୍ରିଡା ଶିକ୍ଷକ ଦଣ୍ଡପାଣି ସ୍ବାଇଁ ଉପସ୍ଥିତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।



