Home ଆଞ୍ଚଳିକ ସ୍ବାସ୍ଥ୍ୟ ସଂପର୍କୀତ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ।

ସ୍ବାସ୍ଥ୍ୟ ସଂପର୍କୀତ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ।

75

ଖୋର୍ଦ୍ଧା ( ଜିଲ୍ଲା ଖବର) : ହେଲ୍ପ ଏଜ ଓଡ଼ିଆ ତରଫରୁ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ଦିଗନ୍ତିକା ହୋଟେଲ ଠାରେ IMA ବାଲୁଗାଁର ଡାକ୍ତର ମାନଙ୍କୁ ନେଇ ଏକ ସ୍ବାସ୍ଥ୍ୟ ସଂପର୍କୀତ କର୍ମଶାଳା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ IMA ବାଲୁଗାଁର ସଂପାଦକ ଏସ ଏନ ପାତ୍ର ସଭାପତିତ୍ବ କରିଥିବା ବେଳେ ମୂଖ୍ୟ ବକ୍ତା ଭାବରେ ଭୂବନେଶ୍ୱର ସ୍ଥିତ ସମ ହସ୍ପିଟାଲର କର୍କଟ ବିଭାଗର ଡାକ୍ତର ଅନୀଲ ଅଗ୍ରଓ୍ବାଲ ଓ ମଧୁମେହ ବିଭାଗର ଡାକ୍ତର ମନମନଥ ଦାସ ଯୋଗ ଦେଇ କର୍କଟ ଓ ମଧୁମେହ ରୋଗର ଲକ୍ଷଣ ଓ ପୀଡିତ ଥିବା ରୋଗୀର କିଭଳି କମ ଖର୍ଚ୍ଚରେ ଚିକିତ୍ସା ହୋଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । IMA ବାଲୁଗାଁ ସଂଗଠନରେ ଥିବା ବାଲୁଗାଁ, ବାଣପୁର, ନାଭାଲ ଓ ଚାନ୍ଦପୁର ପ୍ରଭୃତି ସ୍ଥାନରେ କାର୍ଯ୍ୟରତ ଥିବା ୨୦ ଜଣ ଡାକ୍ତରଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ ସମ୍ବର୍ଦ୍ଧିତ କରିଥିଲେ । ହେଲ୍ପ ଏଜ ଓଡ଼ିଆର ମୂଖ୍ୟ ରବିନ୍ଦ୍ର ସାହୁଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶେଷରେ ଗ୍ରାଣ୍ଡକିୟୋର ହେଲ୍ଥକେୟାର ପ୍ରାଇଭେଟ ଲିମିଟେଡ଼ର ବିକେଶ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।