
ନବରଙ୍ଗପୁର , ୨୫/୦୪/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ର ନରସିଂଗୁଡା ଠାରେ ଆୟୁଷମାନ ଭାରତ ଅଧୀନ ରେ ସ୍ଵାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି l ସେଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

ସମଗ୍ର ଦେଶରେ ଏବେ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆୟୁମାନ ଭାରତ ଯୋଜନା ଅଧୀନ ରେ ସ୍ଵାସ୍ଥ୍ୟ ମେଳା ଆୟୋଜନ କରାଯାଉଛି। ଏହି କ୍ରମ ରେ ନବରଙ୍ଗପୁର ଜିଲ୍ଲା ରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଆନୁକୁଲ୍ୟ ରେ ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ମେଳାର ଶୁଭାରମ୍ଭ ହୋଇଛି ।

ଆଜି ଶେଷ ଦିନ ରେ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ନରସିଂଗୁଡା ଠାରେ ଏହି ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଛି । ନରସିଂଗୁଡା ଠାରେ ଅନୁଷ୍ଠିତ ଏହି ମେଳା ରେ ନନ୍ଦାହାଣ୍ଡି ବ୍ଲକ ଓ ଏହାର ଆଖପାଖ ଅଞ୍ଚଳ ରୁ ରୋଗୀ ମାନେ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆସିଥିଲେ । ଜିଲ୍ଲା ର ସମସ୍ତ ବିଶେଷଜ୍ଞ ଓ ଅଭିଜ୍ଞ ଡାକ୍ତର ଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରାମର୍ଶ ଦିଆଯିବା ସହ ଚିକିତ୍ସା କରା ଯାଇଥିଲା।

ଏଥିରେ ସ୍ତ୍ରୀ ରୋଗ, ମେଡ଼ିସିନ, କର୍ଣ ନାସା, ଶିଶୁ, ଆୟୁଷ , ଟେଲି ମେଡ଼ିସିନ ଚିକିତ୍ସା ବିଭାଗ ରେ ଚିକିତ୍ସା କରାଯିବା ସହ ରୋଗୀ ଙ୍କ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ନଅ ଟି ଷ୍ଟଲ ରେ
ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ରୋଗ ପାଇଁ ଅଲଗା ବ୍ୟବସ୍ଥା କରା ଯାଇଥିଲା।

ଏହି ଶିବିର ରେ କୋଭିଡ ଟେଷ୍ଟିଙ୍ଗ ସହ କୋଭିଡ ଟୀକାକରଣ ବ୍ୟବସ୍ଥା ମଧ୍ୟ କରା ଯାଇଛି। ବ୍ଲକ ର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ମାନେ ଏହି ମେଳା ରେ ଉପସ୍ଥିତ ରହି ସେବା ପ୍ରଦାନ କରି ଥିଲେ।

୪୦୦ ରୁ ଉର୍ଦ୍ଦ୍ୱ ରୋଗୀ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିଲେ।କେନ୍ଦ୍ର ସରକାର ଙ୍କର ଆଜାଦୀ କା ଅମୃତ ମହୋତ୍ସବ ଅବସର ରେ ଏହି ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ କରାଯାଇଥିବାରୁ ସ୍ଥାନୀୟ ବାସିନ୍ଦା କେନ୍ଦ୍ର ସରକାର ଙ୍କୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ସ୍ବାସ୍ଥ୍ୟ ମେଳା ହେବା ଦ୍ବାରା ଗୋଟିଏ ସ୍ଥାନ ରେ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆ ଯାଇପାରିଛି ବୋଲି ବ୍ଲକ ସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି l
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର।



