
ପାଟପୁର , ୨୫/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ କୁ ମିଳିଛି ସଫଳତା ପେଷାଦାର ମୋବାଇଲ ଚୋର କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଦୀର୍ଘ ଦିନ ହେଲା ଅଂଚଳରେ ମୋବାଇଲ ଚୋରି ହୋଉଥିବା ନେଇ ଅଭିଯୋଗ ହୋଇଆସୁଥିଲା ।


ଏହାକୁ ନଜର ରେ ରଖି ପାଟପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ମାଧ୍ୟମରେ ଚୋର କୁ ଖୋଜା ଚାଲିଥିଲା ।
ବିଶେଷ ସୂତ୍ର ରୁ ଖବର ପାଇ ପୋଲିସ ମୋବାଇଲ ସହ ଚୋର କୁ ଗିରଫ କରିବାରେ ସଫଳ ହୋଇଛି ।


ଗିରଫ ବ୍ୟକ୍ତି ଜଣଙ୍କ ପାଟପୁର ଥାନା ଅନ୍ତର୍ଗତ ସାହାସପୁର ଗ୍ରାମର ଏ. ଗଣେଶ ପାତ୍ର ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଉପ ଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂହ ।


ସେ ଜଣେ ପେଷାଦାର ଅପରାଧୀ ଥିବା ବେଳେ ଥାନା ରେ ଅନେକ ମାମଲା ରହିଅଛି । ଉକ୍ତ ଚୋରି ମାମଲା ରେ ଆଉ କାହାର ରହିଛି କି ନାହିଁ ବୋଲି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ତଦନ୍ତ ଜାରି ରଖିଛନ୍ତି । ଥାନା କେସ ନଂ ୧୨୫/୨୨ ପ୍ରକାରେ ଆସାମୀ ଏ. ଗଣେଶ କୁ କୋର୍ଟ କୁ ଚାଲାଣ କରାଯାଇଛି ।



