Monday, November 16, 2026
Home ଆଞ୍ଚଳିକ ପାନୀୟ ଜଳ କଷ୍ଟ,ବ୍ଲକ ଘେରାଉ କଲେ ଶତାଧିକ ଗ୍ରାମବାସୀ।

ପାନୀୟ ଜଳ କଷ୍ଟ,ବ୍ଲକ ଘେରାଉ କଲେ ଶତାଧିକ ଗ୍ରାମବାସୀ।

66

ସୋରଡା , ୨୫/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ସୋରଡା ବ୍ଲକ ସରାବାଡ଼ି ପଞ୍ଚାୟତ ଚାକୁଣ୍ଡା ଗ୍ରାମରେ ପାନୀୟ ଜଳକଷ୍ଟ।ଗ୍ରାମରେ ଦୀର୍ଘ ବର୍ଷ ଧରି ଲାଗିରହିଛି ପାନୀୟ ଜଳ ସମସ୍ୟା।ବହୁବାର ପ୍ରଶାସନ ନିକଟରେ ଲିଖିତ ଦାବି ଜଣାଇଥିଲେ ମଧ୍ୟ କିଛି ସୁଫଳ ପାଇ ନଥିଲେ।

ଶେଷରେ ବାଧ୍ୟ ହୋଇ ଚାକୁଣ୍ଡା ଗ୍ରାମର ଶତାଧିକ ଲୋକେ ବ୍ଲକ ଘେରାଉ କରିଥିଲେ।ଗ୍ରାମରେ ଗୋଟିଏ ପାଣି ଟାଙ୍କି ୨୦୦୭ ମସିହାରେ ନିର୍ମାଣ ହୋଇଥିଲା ଗ୍ରାମକୁ ପାଇପ ଲାଇନ ବିଛାଯାଇଥିଲା।

ତାହା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯିବା ପରେ ପୁଣି ଏକ ନୂଆ ପାଣି ଟାଙ୍କି ନିର୍ମାଣ ହୋଇଛି।

କିନ୍ତୁ ପୁରୁଣା ପାଇପ ଲାଇନ ଟି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବାରୁ ସେହି ପାଇପ ସହ ସଂଯୋଗୀକରଣ କୁ ବିରୋଧ କରିଥିଲେ ଗ୍ରାମବାସୀ। ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ କରି ଜଳ ଯୋଗାଣ କରିବାକୁ ଦାବି ହୋଇଛି।

ଯଦି କାର୍ଯ୍ୟକାରି ନହୁଏ ତାହାହେଲେ ହାଣ୍ଡିମାଠିଆ ଧରି ରାଜରାସ୍ତା କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।