
ହିଞ୍ଜିଳିକାଟୁ , ୨୫/୦୪/୨୨ ( ଜିଲ୍ଲା ଖବର ) : ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ସୁରକ୍ଷା ଦେବା ଓ ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ହିଞ୍ଜିଳିକାଟୁ ପ୍ରେସକ୍ଲବ ପକ୍ଷରୁ ହିଞ୍ଜିଳିକାଟୁ ସହର ସ୍ଥିତ ରଜାସାହି ଛକରେ ଏକ ଜଳଛତ୍ର ପ୍ରେସକ୍ଲବର ସଭାପତି ଦ୍ବିତିକୃଷ୍ଣ ସାବତଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ।


ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିବା ବେଳେ ୧୨ ନଂ ୱାର୍ଡର ୱାର୍ଡମେମ୍ବର ରୁକୁମଣି ବିଶୋୟୀ ଉପସ୍ଥିତ ଥିଲେ I

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ରାସ୍ତାରେ ଶତାଧିକ ବାଟୋଇ ଯାଉଥିବା ବେଳେ ଜନସାଧାରଣଙ୍କୁ ପ୍ରଥମ ଦିନରେ ପାନୀୟ ଜଳ ଓ ଦହି ଚଲା ଯୋଗାଇ ଦିଆଯାଇଥିଲା l


ଯେ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ନ କମିଛି ସେ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇ ଦିଆଯିବ ନେଇ ନିଷ୍ପତି ନିଆଯାଇଛି I


ଏହି କାର୍ଯ୍ୟକ୍ରମରେ ପ୍ରେସକ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ


