
ଆସିକା , ୨୫/୦୪/୨୨ ( ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସିକା କଲେଜ ଛକରେ ଥିବା ନୂତନ ଯାତ୍ରୀ ବିଶ୍ରାମଗାର ଘରେ ଦୀର୍ଘ ଦିନ ହେଲା ଅସହାୟ ମା’ ଓ ଝିଅ ରହି ଦୁହେଁ ମାଗି ଆଣି ଖାଉଛନ୍ତି ।

ଝିଅକୁ ମାତ୍ର ୫-୬ ବର୍ଷ ହେଉଥିବାରୁ ସାଙ୍ଗସାଥୀ ହରାଇବା ସହ ଅନେକ ମାନସିକ ଯନ୍ତ୍ରଣା ମଧ୍ୟରେ ଛୋଟ ଝିଅଟି ବାସ ହରା ହୋଇ ରହିଆସୁଥିବାର ସୂଚନା ପାଇ ସମାଜସେବୀ ବ୍ରହ୍ମା ନନ୍ଦ ଆଚାର୍ଯ୍ୟ ଓ ନୟାଗଡ଼ ଜିଲ୍ଲାର ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରର ସଂଗ୍ରହାକ ତଥା ସାମାଜିକ କର୍ମୀ ସଞ୍ଜୟ କୁମାର ସାହୁଙ୍କ ସହଯୋଗ କ୍ରମେ ପିଲାଟିର ଯତ୍ନ ନେବା ସହ ତାହାର ଭବିଷ୍ୟତରେ କିଛି ଅସୁବିଧା ହେବ ନାହିଁ , ଏବଂ ଝିଅଟିର ସେବା ଶୁଶ୍ରୁଷା କରିବା ସହ ଝିଅଟିର ଭବିଷ୍ୟତ ଗଢିତୋଳିବା

ନିମନ୍ତେ ଆସିକା ପୋଲିସ, ମହିଳା ସୁରକ୍ଷାକର୍ମୀ ଏବଂ ସମସ୍ତ ସ୍ବେଛାସେବୀ ସଦସ୍ୟଙ୍କୁ ଜଣାଇବା ସହ ଯେତେ ଶିଘ୍ର ଏହାର ଥଇଥାନ ନିମନ୍ତେ ସହଯୋଗ ହୋଇପାରିବ ଅନୁରୋଧ କରିଛନ୍ତି।

ଏଥିନେଇ ଅଞ୍ଚଳ ବାସି ସ୍ବେଛାକୃତ ଭାବେ ସେବା କରୁଥିବା ସାମାଜିକ କର୍ମୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।



