
ବେଲଗୁଣ୍ଠା, ୨୪/୦୪/୨୨ ( ଜିଲ୍ଲା ଖବର ) : ବିଭିନ୍ନ ନଦୀ ପଠାରୁ ବେଆଇନ୍ ବାଲି ଚାଲାଣ ବେଳେ ଚାରି ଟ୍ରାକ୍ଟର ଜବତ କରିବା ସହିତ ଚାରି ଜଣ ଚାଳକକୁ ଗିରଫ କରିଛି ବେଲଗୁଣ୍ଠା ପୋଲିସ୍ I ସୂଚନା ପ୍ରକାରେ ଆଜି କୌଣସି ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ପୋଲିସ୍ ଜି.ନୁଆଁ ଗାଁ, ଡିମିରି ପଲ୍ଲୀ ଏବଂ ବେଲଗୁଣ୍ଠା ବ୍ଳକ୍ ସମ୍ମୁଖ ପଡିଆରୁ ଚାରୋଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି I ଏହା ସହିତ ସମସ୍ତ ଟ୍ରାକ୍ଟରର ଚାଳକ ମାନଙ୍କୁ ମଧ୍ୟ ଗିରଫ କରିଛି I ଗିରଫ ବ୍ୟକ୍ତିମାନେ ହେଲେ କୂଶପଲ୍ଲୀର ଅମୂଲ୍ୟ ଭୂୟାଁ,ଜି.ନୁଆଁ ଗାଁର ସାଗର ନାଇକ, ଭାଲୁ ମୁଣ୍ଡିଆର ସନ୍ତୋଷ ଡାକୁଆ ଏବଂ ବକ୍ରଗଡ଼ର ରାଘବ ନାଇକ I ଘଟଣା ନେଇ ପୋଲିସ୍ ୧୧୯/୨୨, ୧୨୦/୨୨, ୧୨୧/୨୨ ଏବଂ ୧୨୨/୨୨ ରେ ଚାରୋଟି ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି।


