ଧର୍ମଶାଳା ଥାନାକୁ ମିଳିଛି ଏକ ବଡ ସଫଳତା।

115

ଯାଜପୁର , ୨୪/୦୪/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରେ ଆଜି ଯାଜପୁର ଏସ. ଡି,. ପି, ଓ ଚିନ୍ମୟୀ ନାୟକ ଏକ ପ୍ରେସମୀଟ କରି ୫ ଜଣିଆ ଏକ ବଡ଼ ଡକାୟତ ଗ୍ରୁପ ଧରି ଛନ୍ତି, ବୋଲି ସୂଚନା ଦେଇ ଛନ୍ତି l ତାଙ୍କ ଦ୍ୱାରା ବ୍ୟବହୃତ ଗାଡି, ଅସ୍ତ୍ର ଓ ତାଙ୍କ ଦ୍ୱାରା ଡକାୟତି ହୋଇଥିବା ସୁନା ଅଳଙ୍କାର ଜବତ କରିବାର ସୂଚନା ଦେଇଛନ୍ତି l

ଗତ ୧୧/୦୪/୨୨ ରିଖ ରେ ଧର୍ମଶାଳା ଥାନା ଅନ୍ତର୍ଗତ ଖଣ୍ଡିଆ ବନ୍ଧ ଗ୍ରାମରେ ଜଣକ ଘରୁ ଚୋରି ହୋଇଥିବା ଘଟଣା କୁ ତଦନ୍ତ କରି ଧର୍ମଶାଳା ପୋଲିସ iic ରାକେସ ତ୍ରିପାଠୀ ଓ ତାଙ୍କ ଦଳ ବଳ ଏହି ୫ ଜଣ ଙ୍କୁ ଧରି ପଚରା ଉଚରା କରିବାରୁ ସେମାନେ ସବୁ ସତ ଓଗାଳି ଥିଲେ l ସେଦିନ ତାଙ୍କ ଘରେ ପଶି ଜଣେ ଲୋକଙ୍କୁ ଇଞ୍ଜୋଡ଼ କରି ତାଙ୍କ ଘରୁ ସୁନା ଗହଣା ଓ ଟଙ୍କା ନେଇ ଯାଇଥଲେ l

୨୦୨୧ ମସିହା ସେପ୍ଟେମ୍ବର ମାସରେ ଧର୍ମଶାଳା ଥାନା ଅନ୍ତର୍ଗତ nh୧୬ ରାସ୍ତା ର ଭାରତ ପେଟ୍ରୋଲ ପମ୍ପ ନିକଟରୁ ଗୋଟେ ଗାଡି ଅଟକାଇ, ତାଙ୍କ ଠାରୁ ସୁନା ଓ ଟଙ୍କା ନେଇଥିଲେ l ଏବଂ ୨୦୨୧ ମସିହା ଡିସେମ୍ବର ମାସରେ ନାକପୋଲ ଓ ସାରଇ ରାସ୍ତା ରେ ଦିନରେ ଏକ ବାଇକ ଅଟକାଇ ଜଣେ ସ୍ତ୍ରୀ ଲୋକର ସୁନା ଚେନ ନେଇ ଯାଇଥଲେ ବୋଲି ପ୍ରକାଶ କରିଛନ୍ତି ।

ସେମାନଙ୍କୁ ପାଖରୁ ଗୋଟେ କାର ଗାଡି, ହୋଣ୍ଡା ସାଇନ, ୟମା ଲିବେରୋ, ଗୋଟେ ପିସ୍ତଲ, ଓ କିଛି ଟଙ୍କା, ସୁନା ଗହଣା ଜବତ ହୋଉଛି l ଧର୍ମଶାଳା ଥାନାର ଏଭଳି ସଫଳ ତା ପାଇଁ, ଏ ଅଞ୍ଚଳ ର ସମସ୍ତ ବୁଦ୍ଧି ଯିବି ମାନେ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରାକେଶ ତ୍ରିପାଠୀ ଙ୍କୁ ଶ୍ରେୟ ଦେଇଛନ୍ତି l

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।