Friday, November 13, 2026
Home ଆଞ୍ଚଳିକ ବାଉଁସଲଉଣ୍ଡି ପଞ୍ଚାୟତର ପ୍ରଥମ ଗ୍ରାମ ସଭା ଅନୁଷ୍ଠିତ।

ବାଉଁସଲଉଣ୍ଡି ପଞ୍ଚାୟତର ପ୍ରଥମ ଗ୍ରାମ ସଭା ଅନୁଷ୍ଠିତ।

96

ବାଉଁସଲୁଣ୍ଡି , ୨୪/୦୪/୨୨ ( ଜିଲ୍ଲା ଖବର ) : ବାଉଁସଲୁଣ୍ଡି ଗ୍ରାମ ପଞ୍ଚାୟତ ର ପ୍ରଥମ ଗ୍ରାମ ସଭା ପଞ୍ଚାୟତ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ନବ ନିର୍ବାଚିତ ସରପଞ୍ଚ ଉଦ୍ଧବ ମିଶ୍ର ସଭାପତିତ୍ୱ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମସେବିକା ସୁନିତା ଗୌଡ଼ ଯୋଗ ଦେଇଥିଲେ।
ଆଗାମୀ ୨୦୨୨-୨୦୨୪ ପାଈଁ ଅଟକଳ କରାଯାଇଥିବା ଅର୍ଥକୁ କୌଣସି ତିନୋଟି ଉନ୍ନତି ମୂଳକ କାର୍ଯ୍ୟ ରେ ଲଗାଯିବା ସେ ବିଷୟରେ ଆଲୋଚନା କରାଯାଇଥିଲା।

ପାନୀୟ ଜଳା,ପରିବେଶ ପରିଚ୍ଛନ୍ନତା, ଦାରିଦ୍ର୍ୟ ଦୂରୀକରଣ ଉପରେ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଥିଲେ।


ଅନ୍ୟ ମାନଙ୍କ ବିଦେଶୀ,ହରେକୃଷ୍ଣ, ମନୋଜ,ସୁନୀଲ,ଧୀରେନ୍ଦ୍ର, ସରୋଜ,ଭଂଜକିଶୋର,କାଳିଆ ପ୍ରମୁଖ ଯୋଗଦେଇ ଥିଲେ।

ବାଉଁସଲଉଣ୍ଡି ପଞ୍ଚାୟତ ଶତାଧିକ ପୁରୁଷ ମହିଳା ଯୋଗଦେଇଥିଲେ।