ସାହିତ୍ୟ ଦର୍ପଣ ପତ୍ରିକାର ତ୍ରୟ ବିଂଶ ବାର୍ଷିକ ଉତ୍ସବ।

87

ଯାଜପୁର , ୨୪/୦୪/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ର କଳ୍ପତରୁ ଇଣ୍ଡୋର ଷ୍ଟାଡିଅମ ରେ ଆଜି ଅଗ୍ରଣୀ ପତ୍ରିକା ସାହିତ୍ୟ ଦର୍ପଣ ର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି ଉତ୍ସବ ରେ ଅଧ୍ୟାପକ ତଥା ସାହିତ୍ୟକ ତ୍ରିଲୋଚନ ରାଉତ ସଭାପତିତ୍ୱ କରିଥିଲେ l

ପତ୍ରିକା ସମ୍ପାଦକ ବିମଲ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ l ଅଭ୍ୟାର୍ଥନl କମିଟି ଅଧକ୍ଷ ପ୍ରଶନ ରାଉତ ସ୍ୱାଗତ ଭାଷଣ ପ୍ରଦାନ ଦକରିଥିଲେ l

ବିଶିଷ୍ଟ ସାହିତ୍ୟିକ ଗୌତମ ଜେନା ମୁଖ୍ୟ ଅତିଥି ଭlବରେ ଯୋଗ ଦେଇ ସାହିତ୍ୟରେ ଗବେଷଣା କେତେ ଉପାଦେୟ ସେ ବିଷୟରେ ଆଲୋଚନା କରି ଥିଲେ l

ସୁସାହିତ୍ୟିକ ସାହିତ୍ୟ ଏକାଡେମି

ପୁରସ୍କୃତ ସୁଚେତା ମିଶ୍ର ସାହିତ୍ୟରେ ନାରୀ ବାଦର ଆବଶ୍ୟକ ତା ଅଛି କି ନାହିଁ ସେ ବିଷୟରେ ବେଶ ହୃଦୟ ସ୍ପର୍ଶୀ ଆଲୋଚନା ଉପସ୍ଥାପନା କରିଥିଲେ l

କବି ରାଜକିଶୋର ପାଢ଼ୀ, ବ୍ୟଙ୍ଗ କବି ଜ୍ଞାନ ହୋତା ପ୍ରମୁଖ ଯୋଗ ଦେଇଥିଲେ l କବି ପ୍ରଜ୍ଞା ପରି୍ମିତା ଦାସ ମଞ୍ଚ ପରି ଚାଳନା କରିଥିଲେ l ଏହି ଅବସରରେ ଉପସ୍ଥିତ କବି ମାନେ କବିତା ପାଠ କରିଥିଲେ l

ଦ୍ୱିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ, ମୁଖ୍ୟ ସଚେତେକ ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥି ଯୋଗ ଦେଇ ଥିଲେ ।

କିଛି ମାନ ଗଣ୍ୟ ବ୍ୟକ୍ତି ଙ୍କୁ ପୁଷ୍ପ ଗୁଚ୍ଛ, ଉପଢୌକାନ ଦେଇସାମ୍ନାନୀତ କରାଯାଇଥିଲା l

ଯାଜପୁର ରୁ ପ୍ରମୋଦ ରାଉତ ରିପୋର୍ଟ ଜିଲ୍ଲା ଖବର ।