Sunday, October 11, 2026
Home ଅପରାଧ ସାମ୍ବାଦିକଙ୍କ ସନ୍ଦେହ ଜନକ ମୃତ୍ୟୁ।

ସାମ୍ବାଦିକଙ୍କ ସନ୍ଦେହ ଜନକ ମୃତ୍ୟୁ।

56

ଭଞ୍ଜନଗର , ୨୪/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ବେଲଗୁଣ୍ଠା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ବେଲଗୁଣ୍ଠା ସହରର କର୍ତ୍ତବ୍ୟତର ସାମ୍ବାଦିକଙ୍କ ସନ୍ଦେହ ଜନକ ମୃତ୍ୟୁ।

ମୃତକ ଜଣକ ହେଲେ ମଦନମୋହନ ପାଢ଼ୀ। ସେ ବେଲଗୁଣ୍ଠା ବ୍ଲକ ପ୍ରତିନିଧି ଭାବେ ଛାପା ଗଣମାଧ୍ୟମରେ କାମ କରୁଥିଲେ। ମିଳିଥିବା ସୂଚନା ମୁତାବକ ପ୍ରତିଦିନ ଭଳି ଗତକାଲି ରାତିରେ ଖାଇବା ପରେ ନିଜ ଫାର୍ମ ହାଉସକୁ ଶୋଇବାକୁ ଯାଇଥିଲେ।

ସକାଳୁ ସ୍ଥାନୀୟ ଲୋକେ ମୃତ ଦେହକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ମୃତଦେହକୁ ବେଲଗୁଣ୍ଠା ମେଡିକାଲକୁ ଆଣିଥିଲେ।

ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପରିବାର ଲୋକେ ଘଟଣା ସ୍ଥଳରେ ମୋବାଇଲ ନଥିବାରୁ କେହି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି।