
ଭଞ୍ଜନଗର , ୨୪/୦୪/୨୨ ( ଜିଲ୍ଲା ଖବର ) : ଭାରତ ସ୍ୱାଧୀନତା ର 75 ବର୍ଷ ପୂର୍ତ୍ତି ଅବସରରେ ବ୍ରହ୍ମାକୁମାରି ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଭଞ୍ଜନଗର ଶାଖା ତରଫରୁ ଆତ୍ମ ନିର୍ଭର କୃଷକ ଦିବସ ପାଳନ ହୋଇଛି।




ଆଧୁନିକ ଭାରତ ରେ କୃଷି ଓ କୃଷକ ର ଉନ୍ନତି କେମିତି ହେବ ,କିପରି ଯୁବକ ମାନେ କୃଷିଜାତ ଦ୍ରବ୍ୟ ଉତ୍ପାଦନ ପାଇଁ ମନ ବଳାଇବେ ସେଥିପାଇଁ ଚେଷ୍ଟା ଚଳାଇବେ ବୋଲି ପ୍ରକାଶ କରିଥିଲେ ।




ଅନୁଷ୍ଠାନ ର ଭାଇ ଭଉଣୀ ଯୋଗଦେଇଥିଲେ ଓ ଭଞ୍ଜନଗର ବ୍ଲକ ସମସ୍ତ ପଞ୍ଚାୟତ କୁ କୃଷି ରଥ ଯାତ୍ରା କରିଥିଲା।




କୃଷି ରଥ କୁଲାଙ୍ଗୀ, ଲେଭେଇ,ତୁରୁମୁ,ଗୋଲାପଡା, ଗୁଣ୍ଡୁରିବାଦୀ, ଦାଦାରଲଉଣ୍ଡ, ବାଉଁସଲଉଣ୍ଡି, ବଦକଦଣ୍ଡା, ମୁଜଗଡ ଇତ୍ୟାଦି ପଞ୍ଚାୟତ ଗ୍ରସ୍ତ କରିଥିଲା।





ଗ୍ରାମର ସରପଞ୍ଚ ମାନେ ଯୋଗଦେଇ ଭଉଣୀ ମାନଙ୍କ ଏହି ପ୍ରୟାସ କୁ ପ୍ରଶଂସା କରିଥିଲେ।






ବ୍ରହ୍ମା କୁମାରୀ ଯଜ୍ଞସିନି ଙ୍କ ସହ ସନ୍ତୋସିନୀ ଭଉଣୀ,ଅଶୋକ ଭାଇ, ଗୋପୀନାଥ, ଦିଗାମ୍ବର,ରଂଜନ ସୁବ୍ରତ ,ପିଙ୍କି ପ୍ରମୁଖ ସହଯୋଗ କରିଥିଲେ।


