
ନବରଙ୍ଗପୁର , ୨୪/୦୪/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ମେଣ୍ଟ୍ରି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ।

ସେଥିରେ ସରପଞ୍ଚ ଶ୍ରୀ ମତୀ ବେବି ମାଝୀ ସମିତି ସଭ୍ୟା ଶ୍ରୀ ମତୀ ବସନ୍ତ ମଞ୍ଜରୀ ନାୟକ, ନାୟବ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ ସମସ୍ତ ୱାର୍ଡ ସଭ୍ୟ ଓ ପଞ୍ଚାୟତ ବହୁ ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।


ସମସ୍ତ ପରିବାରକୁ ପାନୀୟ ଜଳ ଯୋଗାଣ, ଦାରିଦ୍ର ମୁକ୍ତି କରିବା, ସବୁ ବର୍ଗ ସମାନ ଲୋକଙ୍କୁ ସମାନ ଅଧିକା ଦେବା ପରିମଳ ବ୍ୟବସ୍ଥା,ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏମିତି ନଅ ଗୋଟି ବିଷୟରେ ଶପଥ ପାଠ କରାଇଥିଲେ ।
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଲା ଖବର।



