
ବେଲଗୁଣ୍ଠା, ୨୩/୦୪/୨୨ ( ଜିଲ୍ଲା ଖବର ) : ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠାନର ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ରଥଙ୍କ ସଭାପତିତ୍ୱରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି I କାର୍ଯ୍ୟକ୍ରମରେ ଇଁରାଜୀ ବିଭାଗ ଅଧ୍ୟାପକ ଦୁଃଖୀଶ୍ୟାମ ବେହେରା ଯୋଗ ଦେଇ ନାରୀଶକ୍ତି ଜାଗରଣ ପାଇଁ ଛାତ୍ରୀମାନେ ଆତ୍ମ ସୁରକ୍ଷା ତାଲିମ୍ ନେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ I କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ପୋଲେଇ ଅତିଥି ସ୍ୱାଗତ କରିଥିଲେ I

ଶିକ୍ଷା ବିଭାଗ ଡେମୋନଷ୍ଟ୍ରେଟର୍ ହେମନ୍ତ କୁମାର ନାୟକ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ସମ୍ପର୍କରେ ବିଭିନ୍ନ ହିତୋପଦେଶ ପ୍ରଦାନ କରିଥିଲେ I ଅନୁଷ୍ଠାନ ଅଧ୍ୟକ୍ଷ ଶ୍ରୀ ରଥ ନାରୀ ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ I ପ୍ରଶିକ୍ଷିକା ଭାବେ ରୀନା ଖଟେଇ ଏବଂ ଇତିଶ୍ରୀ ସ୍ଵାଇଁ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୌଶଳ ଶିକ୍ଷା ଦେଇଥିଲେ I କ୍ରୀଡ଼ା ଶିକ୍ଷକ ଶ୍ରୀ ପୋଲେଇ ଧନ୍ୟବାଦ ଜ୍ଞାପନ କରିଥିଲେ I



