ନୂଆଦିଲ୍ଲୀ, ୧୯/୧୨ ; ଡ. ଶ୍ରୀରାମ ଲାଗୁଙ୍କ ବିୟୋଗରେ ପ୍ରଧାନମନ୍ତ୍ର ଶ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି । “ଡ. ଶ୍ରୀରାମ ଲାଗୁ ବହୁମୁଖୀ ପ୍ରତିଭା ଏବଂ ସ୍ୱତନ୍ତ୍ର ପରିଚୟର ଅଧିକାରୀ ଥିଲେ । ବର୍ଷ ବର୍ଷ ଧରି ଦର୍ଶକଙ୍କୁ ଉତ୍କୃଷ୍ଟ ପ୍ରଦର୍ଶନ ଦ୍ୱାରା ମନ୍ତ୍ରମୁଗ୍ଧ କରି ରଖିଥିଲେ । ତାଙ୍କର କାର୍ୟ୍ୟ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ । ତାଙ୍କ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓମ୍ ଶାନ୍ତି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।



