
ଆସିକା,୨୩/୪(ଜିଲ୍ଲା ଖବର) : ସାହିକୁ ସାହି ବୁଲିଲେ ମା ଖମ୍ବେଶ୍ୱରୀ ।ଆରମ୍ଭ ହୋଇଗଲା ମାଙ୍କ ବୈଶାଖୀ ଯାତ୍ରା। ଚୈତ୍ର ପୂର୍ଣ୍ଣମା ଦିନଠୁ ମା ଯାତ୍ରା ଶେଷେ ପର୍ଯ୍ୟନ୍ତ ପ୍ରତେକ ଦିନ ରାତ୍ରରେ ନଗର ପରିକ୍ରମା ରେ ଘଣ୍ଟ ଘଣ୍ଟି,ମୁର୍ଦୁଙ୍ଗ,ଶଙ୍ଖ, କାହାଳୀ ଧ୍ୱନୀ ସହ ବାଣ ,ବଜଣା ଓ ସଂକୀର୍ତ୍ତନରେ ମା ଯାଇ ମଧ୍ୟ ରାତ୍ରରେ ଗମ୍ଭୀରାକୁ ଫେରନ୍ତି।

ଆସନ୍ତା ମଇ ୭ ତାରିଖରେ ମାଙ୍କ ବିରାଟ ପଟୁଆର ଯାଇ ରାତ୍ର ତମାମ ନଗର ବୁଲନ୍ତି।ଏହି ଅବସରରେ ଭକ୍ତ ମାନଙ୍କୁ ମା ସିଧା ଦର୍ଶନ ଦେଇ ଭୋଗ ଗ୍ରହଣ କରନ୍ତି।ସକାଳୁ ସକାଳୁ ୮ ତାରିଖ ଦିନ ଏନ. ଏ. ସି .କାର୍ଯ୍ୟାଳୟ ସମ୍ମୁଖରେ ମା ସିଂହ ବାହିନୀ ହୋଇ ଦିନ ତମାମ ଅସ୍ଥାୟୀ ମଣ୍ଡପରେ ରହନ୍ତି।ଉକ୍ତ ଦିନ ସାରା ବିଭିନ୍ନ ସାମାଜିକ ଓ ପୌରାଣିକ ଉପରେ ଆଧାରିତ ନାଟକ ମଞ୍ଚସ୍ଥ ହୋଇଥାଏ। ମଇ ୯ତାରିଖ ସୋମବାର ଦିନ ଯାତ୍ରା ସମାପନ କରି ଦେବି ବିଭିନ୍ନ ରଙ୍ଗର ଅବିର ଭକ୍ତଙ୍କ ସହ ଖେଳିଖେଳି ଗମ୍ଭୀରାକୁ ଫେରନ୍ତି।



