
ଯାଜପୁର , ୨୩/୦୪/୨୨ ( ଜିଲ୍ଲା ଖବର ) : ଜୀବନରୁ ମାରିଦେବାକୁ ଯୋଜନା କରି ଜାଳିଦେଲେ ଘର l ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତ ଚାନ୍ଦପୁର ଆରମ୍ମ୍ବାଗ୍ ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି l


ଦୁର୍ବୃତ ମାନେ ଏକ ପରିବାର ବର୍ଗଙ୍କୁ ଜୀବନରେ ମାରିଦେବାକୁ ଯୋଜନା କରି ଗତ କାଲି ବିଳମ୍ବିତ ରାତ୍ରରେ ପେଟ୍ରୋଲ ପକାଇ ଘର ଜାଳି ଦେଇଥିବା ଅଭିଯୋଗ ହୋଇଛି l


ଘଟଣାରୁ ପ୍ରକାଶ ଯେ ଚାନ୍ଦପୁର ଗ୍ରାମର ସେକ୍ ତଫିରୁଦ୍ଦିନ ଙ୍କ ଚାରିପୁଅ ସେକ ନଇମୁଦ୍ଦିନ, ତମିରୁଦ୍ଦିନ, ସମସୁଦ୍ଦିନ, ତମିଯୁଦ୍ଦିନ, ମିଶି ନିଜ ଘରେ ଗୋମାଂସ କରି ବିକ୍ରି କରି ଆସୁଥିଲେ ।


ସେମାନେ କିଛି ମାଂସ ,ହାଡ , ପୁଟା ଗୁଡ଼ିକୁ ରାସ୍ତାରେ ଫିଙ୍ଗିବା ଦ୍ଵାରା ସ୍ଥାନୀୟ କିଛି କୁକୁର ମାନେ ସେଇ ଗୁଡ଼ିକୁ ଖାଇ , ପଡିଶା ଘର ମାନଙ୍କରେ ପକାନ୍ତି ।


କିଛି ଛୋଟ ଛୋଟ ପିଲାଙ୍କୁ କୁକୁର ହିଂସ୍ର ହୋଇ କାମୁଡ଼ିଥିବାର ଦେଖିବାକୁ ମିଳିଥିଲା, ଏହାକୁ ନେଇ ପଡିଶା ଲୋକେ ପାଞ୍ଚଦିନ ତଳେ ଧର୍ମଶାଳା ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।

କିନ୍ତୁ ଆଇଆଇସି ଆକୁ ହାଲୁକା ଭାବି ଚୁପ୍ ମାରିବସିଥିଲା, ଅଭିଯୁକ୍ତ ମାନେ ଏହି ସୁଯୋଗରେ ଗତ କାଲି ବିଳମ୍ବିତ ରାତିରେ ଅଭିଯୋଗକାରୀ ମଧ୍ୟରୁ ଯୋଲେଖା ବିବି ଙ୍କ ପରିବାର ଙ୍କୁ ଜୀବନରେ ମାରିଦେବାକୁ ଯୋଜନା କରି ଅଭିଯୁକ୍ତ ଚାରିଭାଇ ମିଶି ପେଟ୍ରୋଲ ଧରି ଯୋଲେଖା ବିବି ଘରେ ପହଞ୍ଚି ଘରେ ପେଟ୍ରୋଲ ପକାଇ ଦୃତ ଗତିରେ ଘଟଣା ସ୍ଥଳରୁ ଫେରାର ହୋଇଗଲେ ।

କାରଣ ବସତଃ ଗରମ ପଡୁଥିବାରୁ ପରିବାର ଲୋକେ ଘରେ ନସୋଇ ପଦା ରେ ସୋଇଥିବାରୁ ଅଳ୍ପକେ ଜୀବନ ବତିଯାଇଥିଲା ।

ଏପରିକି ନିଆଁ ଲଗାଇଥିବା ଦୁର୍ବୃତ୍ତ ମାନଙ୍କ ଚିହ୍ନି ପାରିଥିଲେ, , ଘରର ସମସ୍ତ ଆସବା ପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି,l
ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l



