
କବିସୂର୍ଯ୍ୟନଗର , ୨୧/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖୋଲ ସାମନ୍ତରାପୁର ନିକଟରେ ବାଇକ ଦୁର୍ଘଟଣା ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି l ମୃତକ ହେଲେ ପୁରୁଷୋତ୍ତମପୁର ବ୍ଲକ ସିପିଆଇ ର ଆଞ୍ଚଳିକ ସମ୍ପାଦକ ତଥା ଝାଡ଼ବନ୍ଧ ଗ୍ରାମର ସୁଦର୍ଶନ ସ୍ୱାଇଁ l

ସୁଦର୍ଶନ ଆଜି ସନ୍ଧ୍ୟା ସମୟରେ ପାଖଗ୍ରାମରୁ ନିଜ ଗାଁ ଝାଡ଼ବନ୍ଧ କୁ ଏକ ଭୋଜି ରେ ଯୋଗ ଦେଇ ଗାଁ ଫେରୁଥିବା ସମୟରେ ଖୋଲ ସାମନ୍ତରାପୁର ଛକ ଠାରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହୋଇଥିଲା l ଫଳରେ ସୁଦର୍ଶନ ତଳେ ପଡି ଗୁରୁତର ହେବା ପରେ ତାଙ୍କୁ କବିସୂର୍ଯ୍ୟନଗର ଡାକ୍ତର ଖାନା ରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l

ଖବର ପାଇ ସିପିଆଇ ଦଳୀୟ କର୍ମୀ, ସମର୍ଥକ, ସମ୍ପର୍କୀୟ ଏବଂ କୋଦଳା ର ପୂର୍ବତନ NAC ଅଧ୍ୟକ୍ଷ ହରପ୍ରସାଦ ସାହୁ ମେଡିକାଲ ରେ ପହଂଚି ଶୋକ ପ୍ରକାଶ କରିଛନ୍ତି l ସୁଦର୍ଶନ ବିଭିନ୍ନ ସଂଗଠନର ପଦ ପଦବୀ ରେ ରହି ଆସିଥିଲେ l ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l


ଅନ୍ୟପଟେ ଅନ୍ୟ ଦୁଇଜଣ ଗୁରୁତର ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଥିବା ଜଣାଯାଇଛି l



