Wednesday, November 11, 2026
Home ଆଞ୍ଚଳିକ ରାସ୍ତା କଡ଼ରେ ଇଟା ଓ ବାଲି ଜବର ଦଖଲ କଲେ NAC

ରାସ୍ତା କଡ଼ରେ ଇଟା ଓ ବାଲି ଜବର ଦଖଲ କଲେ NAC

79

ଆସିକା , ୨୧/୦୪/୨୨ ( ଜିଲ୍ଲା ଖବର ) : ରାସ୍ତା କଡରେ ଇଟା ଓ ବାଲି ଜବର ଦଖଲ କରି ଥିବା ଅଭିଯୋଗ ରେ ସାତ ଜଣଙ୍କ ନାଁ ରେ ଜରିମନା କରିବା ସହ ପାଞ୍ଚ ହାଜର ଟଙ୍କା ଆଦାୟ କରିଛି NAC କର୍ତ୍ତୃପକ୍ଷ l

ଏ ଜବର ଦଖଲ ଉଛେଦ କାର୍ଯ୍ୟକ୍ରମ NAC କାର୍ଯ୍ୟନିର୍ଭାହି ଅଧିକାରୀ ଲୋକନାଥ ବେଜ ଙ୍କ ନେତୃତ୍ୱ୍ୱରେ ହୋଇଥିଲା l ଆସିକା ଏକ ନମ୍ବର ୱାର୍ଡ ରୁ ଚାରି ନମ୍ୱନ ୱର୍ଡ ପର୍ଯ୍ୟନ୍ତ ବସ୍ତି ରେ ଏ ଚଢ଼ାଉ ଟିମ ପହଞ୍ଚି NAC ର ବିନା ଅନୁମତିରେ ଘର ତିଆରି କରିବା ପାଇଁ ବାଲି ଓ ଇଟା ରାସ୍ତା କଡରେ ଗଛିତ କରିଥିବାରୁ ଜରିମାନା କରିଥିଲେ l

ଏପରିକି ଜରିମନା ଦେଇ ନଥିବା ଇଟା କୁ NAC କର୍ତ୍ତୃପକ୍ଷ ଉଠାଇ ଆଣିଥିବା ବେଳେ ଏକ ସିମେଣ୍ଟ ଓ ଗୁଡ଼ି ଘଣ୍ଟା ମିକ୍ଚର ମିଶନ କୁ ଜବତ କରାଯାଇଛି l

ପୋଲିସ ସହାୟତା ରେ ଏହି ଚଢ଼ାଉ କାର୍ଯ୍ୟ କରାଯାଇଥିଲା l ଆଗାମୀ ଦିନରେ ସମସ୍ତ ୱାର୍ଡରୁ ଜବର ଦଖଲ କାର୍ଯ୍ୟ ଉଛେଦ କରାଯିବ ବୋଲି କାର୍ଯ୍ୟନିର୍ଭାହି ଅଧିକାରୀ ଲୋକନାଥ ବେଜ ପ୍ରକାଶ କରିଛନ୍ତି l