ସମ୍ବଲପୁରରେ ରାଜ୍ୟର ପ୍ରଥମ ମହିଳା ଡାକଘର ଉଦ୍‌ଘାଟିତ

15

ସମ୍ବଲପୁର,୨୦/୮(ଜିଲ୍ଲା ଖବର) : ମହିଳା ସଶକ୍ତୀକରଣ ସାଙ୍ଗକୁ ମହିଳାଙ୍କ ସୁବିଧା ଉଦ୍ଦେଶ୍ୟରେ ସମ୍ବଲପୁରର ଗୋଲବଜାରଠାରେ ରାଜ୍ୟର ପ୍ରଥମ ମହିଳା ଡାକଘର ଉଦ୍‌ଘାଟିତ ହୋଇଯାଇଛି।

ସମ୍ବଲପୁର ଡିଭିଜନ ପୋଷ୍ଟାଲ ଅଧୀକ୍ଷକ ବାନାମ୍ବର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଡାକ ଘରର ଉଦ୍‌ଘାଟନ କରିଥିଲେ। ଏହି ଡାକ ଘରେ ସମସ୍ତ କର୍ମଚାରୀ ମହିଳା ରହୁଥିବାବେଳେ ମହିଳାଙ୍କ ପାଇଁ ମଧ୍ୟ ବିଶେଷ ସୁବିଧା ସୁଯୋଗ ଉପଲବ୍ଧ ହେବ ବୋଲି ଶ୍ରୀ ସେଠୀ କହିଥିଲେ।ସୂଚନା ଅନୁସାରେ, ଏଠାରେ ଜଣେ ପୋଷ୍ଟମାଷ୍ଟର, ପୋଷ୍ଟାଲ ଆସିଷ୍ଟାଣ୍ଟ ଓ ଜଣେ ପିଅନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଗୋଲବଜାରରେ ଥିବା ପୁରୁଣା ପୋଷ୍ଟ ଅଫିସ୍‌କୁ ମହିଳା ପୋଷ୍ଟ ଅଫିସ୍‌ ଭାବେ ଘୋଷଣା କରାଯାଇଥିବା ବେଳେ ମୁଦିପଡ଼ାସ୍ଥିତ ଡାକଘରକୁ ମଧ୍ୟ ଖୁବ୍‌ଶୀଘ୍ର ମହିଳା ଡାକଘର ଭାବେ ଘୋଷଣା କରାଯିବ ବୋଲି ସେଠାରେ ଘୋଷଣା କରାଯାଇଥିଲ‌ା।