Saturday, November 14, 2026
Home ଆଞ୍ଚଳିକ ଭିନ୍ନ ଉପାୟରେ ବିବାହ ବାର୍ଷିକ ପାଳନ କଲେ ଦମ୍ପତି।

ଭିନ୍ନ ଉପାୟରେ ବିବାହ ବାର୍ଷିକ ପାଳନ କଲେ ଦମ୍ପତି।

186

ଭଞ୍ଜନଗର , ୨୧/୦୪/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ର ଏକ ଅଗ୍ରଣି ସାମାଜିକ ସେବା ଅନୁଷ୍ଠାନ ବିପଦର ବନ୍ଧୁ ର ଦୁଇ ଜଣ ସକ୍ରିୟ ସଭ୍ୟ ଜିତେନ୍ଦ୍ର ଦୋରା ଓ ତାଙ୍କ ପତ୍ନୀ ଶ୍ରୀମତୀ ପ୍ରିୟଙ୍କା ଦୋରାଙ୍କ ୧୩ ତମ ବିବାହ ବାର୍ଷିକୀ ଧୁମଧାମରେ ପାଳନ ନ କରି

ବାଇବାଲି ପଞ୍ଚାୟତର ଏକ ଉପାନ୍ତ ଗ୍ରାମ ଡଡମ ଠାରେ କୁନି କୁନି ପିଲାମାନଙ୍କ ସହ ପାଳନ କରିଛନ୍ତି।
ସେଠାରେ ଖାଦ୍ୟ ପ୍ରଦାର୍ଥ ସହ ବହି ନିତ୍ୟ ବ୍ୟବହାର ଜିନିଷ ଏବଂ ପୋଷାକ ବଣ୍ଟନ କରାଯାଇଥିଲା।


ବିପଦର ବନ୍ଧୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।ବୟସ୍କ ବୃଦ୍ଧ ବୃଦ୍ଧା ମାନଙ୍କୁ ମଧ୍ୟ କିଛି କିଛି ଉପହାର ଦିଆଯାଇଛି ଯାହା ଫଳରେ ସେମାନଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା।


ସେହି ଗ୍ରାମର ଅନେକ ସମସ୍ୟା ସବୁ ଅଛି ଏବଂ ସେ ସବୁଙ୍କୁ ପ୍ରଶାସନିକ ସ୍ତରରେ କିମ୍ବା ଅନୁଷ୍ଠାନ ତରଫରୁ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।


ଆଜିର ଆଧୁନିକ ଯୁଗରେ ଏହିପରି ଉତ୍ସବ ପାଳନ ହୁଅନ୍ତା ତାହେଲେ ଅନେକ ଲୋକମାନେ ଉପକୃତ ହୋଇପାରନ୍ତେ। ଏହିପରି ପ୍ରୟାସ କୁ ଉଭୟ ଦମ୍ପତି ଙ୍କୁ ଶୁଭକାମନା ସହ ଦୀର୍ଘାୟୁ କାମନା କରୁଛୁ।