ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ବଡଚଣା ର ଖଇରା ଠାରେ ଅନୁଷ୍ଠିତ।

96

ଯାଜପୁର , ୨୦/୦୪/୨୨ ( ଜିଲ୍ଲା ଖବର ) : ସ୍ୱାସ୍ଥ୍ୟ ହିଁ ସମ୍ପଦ ଆଜି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଖଇରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ଥରୀୟ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମ କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କରାଯାଇଥିଲା ବେଳେ, ସ୍ୱାସ୍ଥ୍ୟ ବ୍ୟବସ୍ଥା ରେ ହୋମିଓ ପ୍ୟାଥି, ଏଲୋପlଥି ଚିକତ୍ସା ରେ ସ୍ୱାସ୍ଥ୍ୟ ର ରକ୍ଷା ହୋଇ ପାରିବ। ତେବେ ବଡ଼ଚଣl ଗୋଷ୍ଟି ଅଧିକାରୀ ରଶ୍ମିରଞ୍ଜନ ପସାୟତ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ବଡଚଣା ର ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ଅଭିନବ ଉପାୟରେ ସ୍ୱାସ୍ଥ୍ୟ କୁ ଘରେ ଘରେ ପହଞ୍ଚିବା ଏହି ମେଳାର ଲକ୍ଷ ରହିଥିବା କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, DRDA ର ଉପ ସଭାପତି ଙ୍କ ସମେତ ବହୁ ବରିଷ୍ଠ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ।

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।