Sunday, October 11, 2026
Home ଆଞ୍ଚଳିକ ଗୁଣପୁର ମହାବିଦ୍ୟାଳୟ ର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ।

ଗୁଣପୁର ମହାବିଦ୍ୟାଳୟ ର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ।

99


ଗୁଣପୁର , ୨୦/୦୪/୨୨ ( ଜିଲ୍ଲା ଖବର ) : ରାୟଗଡ଼ା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟ ର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ୧୯ /O୪ / ୨୦୨୨ ରିଖ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବା ପାଇଁ ଉଦବୋଧନ ଦେଇଥିଲେ |

ସେହିପରି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ବାରିକ ଯୋଗ ଦେଇ ଶୃଙ୍ଖଳିତ ଭାବେ ଜୀବନ ବଞ୍ଚିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ | ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବାମଦେବ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ଜଗନ୍ନାଥ ଦୀପ୍ ଅତିଥି ପରିଚୟ ପ୍ରଦାନ କରିଥିଲେ | ସେହିପରି ପ୍ରାଧ୍ୟାପକ ଶଶୀଭୂଷଣ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତିଙ୍କ ଭାଷଣ ପରେ ଛାତ୍ର ସଂସଦର ଉପଦେଷ୍ଟା ଡ଼. ସୂର୍ଯ୍ୟନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ | ସାଂସ୍କୃତିକ କାର୍ଯ୍ୟକ୍ରମ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଯଥା- ପ୍ରବନ୍ଧ, ତର୍କ, ଗୀତ, ନୃତ୍ୟ,ଏକାଭିନୟ, ଚିତ୍ରାଙ୍କନ ଓ ବିଜ୍ଞାନ ପ୍ରଦର୍ଶନୀ ପ୍ରଭୃତିରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ଭକ୍ତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା | ଶେଷରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗୀତ, ନୃତ୍ୟ ଆଦି ପରିବେଷିତ ହୋଇଥିଲା |

ଏଥିରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟ।ପିକା ଓ କର୍ମଚାରୀ ମାନେ ସକ୍ରିୟ ଭାବରେ ଉପସ୍ଥିତ ଥିଲେ | ଏନ.ସି.ସି ଚ୍ଛାତ୍ରଙ୍କ ଦ୍ଵାରା ଅତି ଶୃଙ୍ଖଳା ଭାବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।