Home ଅପରାଧ ବରଗାଁ ନଦୀ ହୁଡା ଗଡାଣି ଠାରେ ଦୁର୍ଘଟଣା: ଜଣେ ଯୁବକ ମୃତ

ବରଗାଁ ନଦୀ ହୁଡା ଗଡାଣି ଠାରେ ଦୁର୍ଘଟଣା: ଜଣେ ଯୁବକ ମୃତ

16
Image for representational purpose only

ଆସିକା,୧୮/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ଥାନା ଅନ୍ତର୍ଗତ ବରଗାଁ ନଦୀ ହୁଡା ଗଡାଣିଆ ଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ଦୁର୍ଘଟଣା ସଂଧ୍ୟାପ୍ରାୟ ୭ଟା ବେଳେ ଘଟିଥିଲା । ଘଟଣା ସ୍ଥଳରେ ବରଗାଁ ଗ୍ରାମବାସୀଙ୍କ ସହାୟତାରେ ଆସିକା ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ଆସିକା ଥାନା ଅନ୍ତର୍ଗତ ହରିଡାପଦର ପଚାଂୟତ ଅଧିନ ମଟାଂପଡା ଗ୍ରାମ ନିକଟ ବି. ନୁଆପଲ୍ଲୀ ଗ୍ରାମର ଅଭିମୁନ୍ୟ ନାହକଙ୍କ ପୁଅ ପ୍ରଦିପ ନାହକ ବୟସ ୨୮ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି । ମିଳିଥିବା ସୂଚାନ ଅନୁଯାୟୀ ମୃତ ବ୍ୟକ୍ତି ପ୍ରଦିପ ନାହକ ନିଜ ମୋଟର ସାଇକେଲ ଜରିଆରେ ଆସିକାରୁ ନିଜ ଗ୍ରାମ ବି. ନୂଆପଲ୍ଲୀକୁ ଯାଉଥିଲେ । ବରଗାଁ ନଦୀ ହୁଡା ଗଡାଣିଆ ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।