Home ଅପରାଧ ଭାଜପା ସମର୍ଥକ ମାନଙ୍କୁ କରାଯାଉଛି ହଇରାଣ ହରକତ।

ଭାଜପା ସମର୍ଥକ ମାନଙ୍କୁ କରାଯାଉଛି ହଇରାଣ ହରକତ।

110

ନବରଙ୍ଗପୁର , ୧୯/୦୪/୨୨ ( ଜିଲ୍ଲା ଖବର ) : ଆଜି ଭାରତୀୟ ଜନତା ପାର୍ଟି, ନବରଙ୍ଗପୁର ଜିଲ୍ଲା ତରଫରୁ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ଉକ୍ତ ବୈଠକଟି ତାରାଗାଁ ନିବାସି ତଥା ପୂର୍ବତନ ମନ୍ତ୍ରୀ ଜନାବ ହବିବୁଲ୍ଲା ଖାଁଙ୍କର ଭଉଣୀ ଆଲିଆ ବେଗମଙ୍କର ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସଂଗଠନକୁ କିପରି ସଦୃଡ କରାଯିବ ଏ ନେଇ ଚର୍ଚା ହୋଇଥିଲା ।

ଯେବେଠୁ ନବରଙ୍ଗପୁର ସହରର ନଗର ପାଳିକାର ନିର୍ବାଚନ ସରିଛି ସେବୁଠୁ ଭାଜପାର ସମର୍ଥକ ମାନଙ୍କର ବିରୋଦ୍ଧରେ ନା ନା ଅପ୍ରିତିକର ପରିସ୍ଥିତି ସୃଷ୍ଟି କରାଯାଉଛି ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ଭାଜପା ରୁ ଇସ୍ତଫା ଦେବା ପାଇଁ ଚାପ ସୃଷ୍ଟି କରାଯାଉଛି ଏହି ବିଷୟଟି ବରିଷ୍ଠ ନେତ୍ରୀ ଆଳିଆ ବେଗମ ଉଠାଇଥିଲେ । ଏହାର ଉତ୍ତରରେ ମୁଁ ମୋ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକ ମାନଙ୍କ ସହିତ ସଦାସର୍ବଦା ଦୃଢତାର ସହ ରହିଛି ଆଉ ତାଙ୍କରି ସୁଖ ଦୁଃଖରେ ତାଙ୍କର ସହିତ ଛିଡ଼ା ହେବି ବୋଲି ଗୌରୀ ମାଝି ଆଲିଆ ବେଗମଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଆଗାମୀ ଦିନରେ ଏହି ବିଷୟଟିକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ପାଇଁ ମଧ୍ୟ ଗୌରିମାଝି ପ୍ରତିଶୃତି ଦେଇଛନ୍ତି। ଯଦି ତାହା ସତ ପ୍ରମାଣିତ ହୁଏ ଉଚିତ ଜବାବ ଦିଆଯିବ ବୋଲି ଶ୍ରୀ ମାଝୀ ମତ ଦେଇଥିଲେ l ସେଥିରେ ଶଶି ବିଷୋୟୀ, ସୁଶାନ୍ତ ବିଷୋୟୀ ଉପସ୍ଥିତ ଥିଲେ l

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର।