Thursday, November 12, 2026
Home ଆଞ୍ଚଳିକ ମଳ ଉପଚାର କେନ୍ଦ୍ର ଉଦ୍ଘାଟିତ।

ମଳ ଉପଚାର କେନ୍ଦ୍ର ଉଦ୍ଘାଟିତ।

86

କୋଦଳା , ୧୯/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ନିକଟସ୍ଥ କିନାରୀ ଠାରେ ଆଜି ମଳ ଉପଚାର କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏଇ ଉଦ୍ଘାଟନ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉର୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ କରିଥିବାବେଳେ ଆଧୁନିକ ଜ୍ଞାନ କୌଶଳରେ ପରୀକ୍ଷା ମୂଳକ ଭାବରେ ନିର୍ମିତ ହୋଇଅଛି ।

ଦଶହଜାର ଲିଟର ବିଶିଷ୍ଟ ଉକ୍ତ ଟାଙ୍କିରେ ମଳକୁ ବିନିଯୋଗ କରାଯାଇ ତାହାକୁ ଖତ ଉପଯୋଗୀ କରିବା ସହ ସେଥିରୁ ବାହାରିବା ପାଣି କୁ ପ୍ୟୁରିଫାଇ କରି ବିଭିନ୍ନ ଗଛ ମାନଙ୍କରେ ଦିଆଯିବ ବୋଲି ମଧ୍ୟ କହିଛନ୍ତି |

ଏହାର ଚାରି ପାର୍ଶ୍ଵରେ ବିଭିନ୍ନ ଔଷଧୀୟ ଗଛ ଲଗାଯିବାର କାର୍ଯ୍ୟକ୍ରମ ରହିଥିବେଳେ ଏକ ମିନି ପାର୍କ କରାଯିବ ବୋଲି କହିଛନ୍ତି ଶ୍ରୀ ନାୟକ |

ଏଇ କାର୍ଯ୍ୟକ୍ରମ ରେ କୋଦଳା ତହସିଲଦାର ସସ୍ମିତା ଶତପଥୀ, ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୀରି

ଉପାଧ୍ୟାକ୍ଷା ରଂଜିତା ସେଠିଙ୍କ ସମେତ ଏନଏସି ର ସମସ୍ତ ଷ୍ଟାଫ ଉପସ୍ଥିତ ଥିବାବେଳେ କାଉସୀଲର ଭଗବାନ ପାଢ଼ୀ, ମନୋରଞ୍ଜନ ଡାକୁଆ,ସିମାଞ୍ଚଳ ଖଟେଇ, ଜିତୁ ପ୍ରମୁଖ ପ୍ରକଳ୍ପ ନିର୍ଦ୍ଧେସକ ଶ୍ରୀ ନାୟକ ଙ୍କ ସହ ଆଲୋଚନା କରିଥିଲେ ।

କୋଦଳା ମେଡିକାଲ ନିକଟରେ ଥିବା ମାର୍କେଟ କମ୍ପ୍ଲେସ କିଭଳି ଲଟେରୀ କରି ଦିୟା ଯିବା ସହ କୋଦଳା ରେ ୨ ଟି ଆଇ ଲଭ କୋଦଳା ଲେଖିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ବର୍ତମାନ ସୁଦ୍ଧା କାର୍ଯ୍ୟ ହୋଇନଥିବା ବେଳେ ଏହାକୁ କିଭଳି ଜଲଦି କରାଯିବ ସେଇ ଉପରେ ଆଲୋଚନା କରିଥିଲେ ।