Home ଅପରାଧ କାର୍ଯ୍ୟରତ ଡାକ ବିଭାଗ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ ସାଙ୍ଗକୁ ଗାଳି ଦେବା ଘଟଣାରେ ଚିନିଶିଳ୍ପ...

କାର୍ଯ୍ୟରତ ଡାକ ବିଭାଗ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ ସାଙ୍ଗକୁ ଗାଳି ଦେବା ଘଟଣାରେ ଚିନିଶିଳ୍ପ ନୂଆଗାଁ ସବପୋଷ୍ଟ ମାଷ୍ଟର ଗରିଫ

15

ଆସିକା,୧୮/୧୨(ଖିରୋଦ ଚନ୍ଦ୍ର ବେହେରା) ;ଆସିକା ମୁଖ୍ୟ ଡାକଅଫିସ ଅଧିନ ହରିଡାପଦର ବ୍ରାଚଂ ପୋଷ୍ଟ ଅଫିସରେ କାର୍ଯ୍ୟରତ ମହିଳା ପୋଷ୍ଟ ମାଷ୍ଟରଙ୍କୁ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ଚିନିଶିଳ୍ପ ନୂଆଗାଁ ସବପୋଷ୍ଟ ମାଷ୍ଟର ପ୍ରମୋଦ ନାୟକ ଗାଲି ଗୁଲଜ ସାଙ୍ଗକୁ ଚରିତ୍ର ସଂହାର,ମୋବାଇଲରେ ଅଶ୍ଲିଳ ଗାଳି ଓ ଇଙ୍ଗିତ ଘଟଣାରେ ଆସିକା ପୋଲିସ ଗିରଫ କରିଥିବା ଜଣାଯାଇଛି । ପ୍ରକାଶ ଥାଉକି କାର୍ଯ୍ୟରତ ମହିଳା ପୋଷ୍ଟ ମାଷ୍ଟର ନିଜ ସ୍ୱାମୀଙ୍କ ସହିତ ବାବନପୁର ସ୍ଥିତ ଲେପର୍ସି ହସପିଟାଲ କ୍ୟାମ୍ପସ କ୍ୱାଟର ରହନ୍ତି । ସବପୋଷ୍ଟ ମାଷ୍ଟର ପ୍ରମୋଦ ନାୟକ ମଧ୍ୟ ସେହି କ୍ୟାମ୍ପସରେ ତାଙ୍କ ପଡୋଶୀରେ ରହନ୍ତି । ଗତ ରବିବାର ଅର୍ଥାତ ୧୫.୧୨.୨୦୧୯ ତାରିଖରେ ଦିନ ପ୍ରାୟ ୧୧ଟାରୁ ଅପରାହ୍ନ ୧ଟା ସମୟ ପର୍ଯ୍ୟନ୍ତ ଅଭଦ୍ର ଭାଷା ସହ ନାନା ଗାଳୀଗୁଲଜ କରିଥିବା ନେଇ ଆସିକା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହା ସହିତ ଜୈନି ସବପୋଷ୍ଟ ମାଷ୍ଟରଙ୍କ ସ୍ତ୍ରୀ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଥିବା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଆସିକା ଥାନା କେସ ନମ୍ବର-୪୯୦/୧୯, ଦଫା ୩୪୧,୨୯୪,୩୫୪(ଏ)(୩),୫୦୯,୩୪ ଆଇପିସି,୬୭ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇ ସବପୋଷ୍ଟର ମାଷ୍ଟରଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି ।