Wednesday, November 11, 2026
Home ଆଞ୍ଚଳିକ ମେଗା ସ୍ୱାସ୍ଥ୍ୟ ଶିବିର।

ମେଗା ସ୍ୱାସ୍ଥ୍ୟ ଶିବିର।

46

ଆସିକା , ୧୯/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆସିକା ଟେକିନିକାଲ ହାଇସ୍କୁଲ ଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଖାରିଆ ପଞ୍ଚାୟତ ର ସରପଞ୍ଚ ଜୟନ୍ତୀ ସାହୁ ସଂଯୋଜନା ରେ ଏହି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିବା ବେଳେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଏହି ଶିବିରକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ମୁଖ୍ୟଅତିଥି ଭାବେ ସାଂସଦ ପ୍ରମିଳା ବିଷୋୟୀ ଏବଂ ସମ୍ମାନିତ ଅତିଥି ଭାବେ ଆସିକା ବିଡ଼ିଓ , ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ l

ଏହି ଶିବିରରେ ଜନସାଧାରଣ ଙ୍କ ସ୍ୱାସ୍ଥପରୀକ୍ଷ, ଟୀକାକାରଣ, ରକ୍ତଦାନ ଶିବିର, ଚକ୍ଷୁପରୀକ୍ଷା ସାଙ୍ଗକୁ ବିଭିନ୍ନ ପ୍ରକାର ସ୍ୱସ୍ଥ୍ୟ ଜନିତ ପରୀକ୍ଷା ଏବଂ ମାଗଣା ଔଷଧ ବଣ୍ଟନ କରାଯାଇଥିଲା l

ବ୍ରହ୍ମପୁର ବ୍ଲଡ଼ ବେଙ୍କର ଡାକ୍ତର ଅଭିଳାଷ ସାହୁଙ୍କ ନେତୃତ୍ୱରେ ଏକ ଟିମ ରକ୍ତଦାନ ଶିବିର ରେ ରକ୍ତ ସଂଗ୍ରହ କରିଥିଲେ ।

ଅନ୍ୟପଟେ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବାନିମନ୍ତେ ରୋଗୀଙ୍କ ଜରୁରୀ ଚିକିତ୍ସା ନିମନ୍ତେ ସମାଜସେବୀ ଭଗବାନ ସାହୁ ନିଜସ୍ୱ ଖର୍ଚରେ ଏକ ଆମ୍ବୁଲାନ୍ସ ପ୍ରଦାନ କରିଥିଲେ l

ଏହି ସ୍ୱାସ୍ଥ୍ୟ ମେଳରେ ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକ, ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ବ୍ଲକର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ତଥା ନିର୍ବାଚିତ ପ୍ରତିନିଧି ଙ୍କ ସମେତ ଜୀବନ ବିନ୍ଦୁ ର ଜିଲ୍ଲା ସଂଯୋଜକ ସୁବାଷ ମହାରଣା, ଜିଲ୍ଲା ବିଜେଡି ଉପସଭାପତି ଉପସଭାପତି ଅଭିମନ୍ୟୁ ନାହାକ,

ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଆସିକା ବ୍ଲକ ଯୁବ ବିଜେଡି ଶିବ ନାହାକ, ନଗର ସଭାପତି ସତ୍ୟନାରାୟଣ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ବି. ମନୋଜ ଦୋରା,ଅନିମା ପରିଡା, ଏବଂ ନୀଳମଣି ପଟ୍ଟନାୟକ,ସନିଳା ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ l