
ସୋମବାର ଦିନ ବ୍ରହ୍ମାକୁମାରୀସ୍ ଶାନ୍ତି ଶକ୍ତି ଭବନ ତରଫରୁ ଆତ୍ମନିର୍ଭର କୃଷକ ସ୍ଵର୍ଣ୍ଣିମ ଭାରତର ଗୌରବ ଶୀର୍ଷକ ଅଭିଯାନ ଉଦ୍ଘାଟିତ ହୋଇଯାଇଛି।
ଅଭିଯାନକୁ ମୁଖ୍ୟ ଅତିଥି ଭାବେ ଆସିକା କୃଷି ଉନ୍ନୟନ ଅଧିକାରୀ ବସନ୍ତ କୁମାର ଦେଓ ଏବଂ ସମ୍ମାନିତ ଅତିଥି ରୂପେ ଆଲିପୁର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ନାହାକ, ନବନିର୍ବାଚିତ ସରପଞ୍ଚ ଜ୍ୟୋତିର୍ମୟୀ ନାହାକ, ଆସିକା ବିଜ୍ଞାପିତ ପରିଷଦର କାଉନସିଲର ପ୍ରଦୀପ ଗୌଡ଼ ଯୋଗଦେଇ ଶିବଧ୍ଵଜା ପ୍ରଦର୍ଶନ କରି ଅଭିଯାନ ଆରମ୍ଭ କରିଥିଲେ l

ବର୍ତ୍ତମାନ ସମୟରେ ଆବଶ୍ୟକ ଜୈବିକ କ୍ଷେତି ଯାହାକୁ ଭାରତ ସରକାର ବହୁ ଖର୍ଚ୍ଚ କରି ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରୁଛନ୍ତି ।ସେଠାରେ ଏହି ଉଦ୍ୟମକୁ ସାକାର କରିବା ପାଇଁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ୱ ବିଦ୍ୟାଳୟ ନିଜସ୍ଵ ଚେଷ୍ଟାରେ ଭାରତର ଗ୍ରାମ ପୁରପଲ୍ଲୀରେ କରୁଥିବା ପ୍ରୟାସ ର ଭୂୟସୀ ପ୍ରସଂଶା କରିଥିଲେ ସମସ୍ତ ଅତିଥି l





ଏହି ଅଭିଯାନ କୁ ସହଯୋଗ କରିଥିଲେ ବ୍ରହ୍ମାକୁମାରୀ ସୁମିତ୍ରା ଭଉଣୀ, ସୁଜ୍ଞାନୀ ଭଉଣୀ, ଭାଗ୍ୟ ଭଉଣୀ, ନୀଳିମା ଭଉଣୀ, ସ୍ମିତା ଭଉଣୀ, ବ୍ରହ୍ମାକୁମାର ସତ୍ୟପ୍ରିୟ ଭାଇ, ମଙ୍ଗୁଳୁ ଭାଇ, କାହ୍ନା ଭାଇ, ଯୋଗୀ ଭାଇ ଓ ସୁବାସିନୀ ମାତା ।




