Home ଅପରାଧ ଆସିକା ପୋଲିସର ଜୟପୁର ଗ୍ରାମ ବଡନଦୀ ବାଲି ଘାଟରେ ଚଢାଉ: ବେଆଇନ ବାଲି ଚୋରା ଚାଲାଣ...

ଆସିକା ପୋଲିସର ଜୟପୁର ଗ୍ରାମ ବଡନଦୀ ବାଲି ଘାଟରେ ଚଢାଉ: ବେଆଇନ ବାଲି ଚୋରା ଚାଲାଣ ବେଳେ ୯ଜଣ ଗିରଫ ସାଙ୍ଗକୁ ୯ଟି ଟ୍ରାକ୍ଟର ଜବତ, ୪ ଜଣ ଖସି ପଲାଇଲେ

134

ଆସିକା,୧୮/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକାର ଦୁଇଟି ନଦୀ ଋଷିକୁଲ୍ୟା ଓ ବଡନଦୀରେ ବେଆଇନ ବାଲିଚାଲାଣ ଚାଲିଥିବା ବେଳେ ଆସିକା ପୋଲିସ ପକ୍ଷରୁ ଅନେକ ଥର ଅଚାନକ ଚଢାଉ କରାଯାଇଛି । ଏହି ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଆସିକା ପୋଲିସ ଚଢାଉ କରି ଅନେକଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ଆସିକା ଥାନା ଅନ୍ତର୍ଗତ ଜୟପୁର ବଡନଦୀ ବାଲି ଘାଟରେ ୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏହି ଚଢାଉରେ ୯ ଜଣ ଗିରଫ ହୋଇଥିବା ବେଳେ ୪ ଜଣ ଖସି ପଳାଇଛନ୍ତି । ନଦୀ ବାଲି ଘାଟରୁ ୯ଟି ଟ୍ରାକ୍ଟର ଜବତ କରିଥିବା ସାଙ୍ଗକୁ ବାଲି ଉଠାଇବାରେ ବ୍ୟବହୃତ ବହୁ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ଗରିଫ ମାନଙ୍କ ମଧ୍ୟରେ
୧) କୁମ୍ଭାରୀ ଗ୍ରାମର ମୋଚିରାମ ନାହକଙ୍କ ପୁଅ ସନ୍ୟାସି ନାହକ ଟ୍ରାକ୍ଟର ଗାଡି ନମ୍ବର-ଓଡି -୩୨ ବି ୩୧୭୫ ସହ ଟ୍ରଲି ଓଡି ୩୨ ବି ୩୧୭୬,
୨) କେ.ଲଛମନପଲ୍ଲୀ ଗ୍ରାମର ବିବାନ ନାହକଙ୍କ ପୁତ୍ର ଚିତ୍ରସେନ ନାହକ ଗାଡି ନମ୍ବର-ଓଆର ୦୨ ବିକ୍ୟୁ ୧୩୧୫ ସହ ଟ୍ରଲି ନମ୍ବର- ଓଆର ୦୨ ବିକ୍ୟୁ ୧୩୧୬ ।
୩) କେ.ଲଛମନପଲ୍ଲୀ ଗ୍ରାମର ଅଶ୍ରୁଲ ନାହକଙ୍କ ପୁଅ ଶିବ ନାହକ, ଗାଡି ନମ୍ବର-ଓଆର ୦୭ କ୍ୟୁ ୨୧୩୫ ସହ ଟ୍ରଲି ଓଆର ୦୭ ଜି୦୨୦୯ ।
୪) ଧୋବାପଲ୍ଲୀ ଗ୍ରାମର ମହେଶ୍ୱର ମହାନ୍ତିଙ୍କ ପୁଅ ମନୋଜ କୁମାର ମହାନ୍ତି ଗାଡି ନମ୍ବର- ଓଡି ୦୭ ଭି ୭୨୬୯ ସହ ଟ୍ରଲି ନମ୍ବର- ଓଡି ୦୭ ଭି ୭୨୭୦ ।
୫) କେ.ଏସ.ନଗର ଥାନା ଅନ୍ତର୍ଗତ ଆଠଗଡର ସ୍ୱର୍ଗତ ଖଦାଳ ମହାନ୍ତିଙ୍କ ପୁଅ ଅଶୋକ ମହାନ୍ତି ଗାଡି ନମ୍ବର- ଓଆର ୦୭ ଏଏ ୫୩୪୭ ସହ ଟ୍ରଲି ଓଆର ୦୭୨ଏଏ ୫୩୪୮ ।
୬) ପାଟପୁର ଥାନା ଅନ୍ତର୍ଗତ କଙ୍କରଡା ଗ୍ରାମର ମଙ୍ଗୁଳୁ ସେଠିଙ୍କ ପୁଅ ରଞ୍ଜନ ସେଠି ଗାଡି ନମ୍ବର- ଓଡି ୦୭ ଏଚ ୮୩୩୧ ସହ ଟ୍ରଲି ନମ୍ବର- ଓଡି ୦୭ ଏଚ ୮୩୩୨ ।
୭) ପଥର ଗ୍ରାମର ବିଜୟ ପ୍ରଧାନଙ୍କ ପୁଅ ହରେକୃଷ୍ଣ ପ୍ରଧାନ ଗାଡି ନମ୍ବର- ଓଡି ୦୭ ଏ ୭୯୫୨ ସହ ଟ୍ରଲି ନମ୍ବର- ଓଡି ୦୭ ଏ ୭୯୫୩ ।
୮) କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜେନା ସାହିର ସ୍ୱର୍ଗତ ଯୋଗୀ ମଲ୍ଲିକଙ୍କ ପୁଅ ମୁରଲୀ ମଲ୍ଲିକ ଗାଡି ନମ୍ବର-ଓଡି ୦୭ ଟି ୯୬୬୨ ସହ ଟ୍ରଲି ଓଡି ୦୭ ଟି ୯୬୬୩ ।
୯) କୁମ୍ଭାରୀ ଗ୍ରାମର ବିପ୍ର ନାହକଙ୍କ ପୁଅ ଜଗା ନାହକ ଗାଡି ନମ୍ବର- ଓଡି ଏ ୪୩୬୩ ସହ ଟ୍ରଲି ନମ୍ବର- ଓଡି ଏ ୪୩୬୪ ପ୍ରମୁଖଙ୍କୁ ଗିରଫ ସାଙ୍ଗକୁ ସେମାନଙ୍କ ଟ୍ରାକ୍ଟର ଆସିକା ପୋଲିସ ଜବତ କରିଥିବା ଜଣାଯାଇଛି ।ଏହି ଚଢାଉ ବେଳେ ୪ ଜଣ ଖସ ପଳାଇଥିବା ବ୍ୟକ୍ତି ମାନେ ହେଲ ଗଙ୍ଗା ଗୈାଡ,ବାୟା ଗୈାଡ,ଜୟପୁର ଗ୍ରାମର ଗୋପାଳ ସୁଆଁସିଆ, ବରଗାଁର ସନ୍ତୋଷ ପାତ୍ର ପ୍ରମୁଖ ରହିଛନ୍ତି ।

ଜେସିବି, ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରକ, ମେଜିକ ପେନ, ନକଲି ଟ୍ରାନଜିଟ ପାସ କାଗଜପତ୍ର ଜବତ ହୋଇଥିବା ଜଣାଯାଇଛି । ଏହି ଚଢାଉରେ ୭ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି । ପୋଲିସ ସୂଚାନ ଅନୁଯାୟୀ ପ୍ରଶାସନ ପକ୍ଷରୁ ଲିଜ ଦିଆଯାଇନଥିବା ବେଳେ ନଦୀ ଗର୍ଭରୁ ବେଆଇନ ଭାବେ ଜେସିବି ମେସିନ ସାହାଯ୍ୟରେ ଖୁଲମ ଖୁଲା ବାଲି ଉଠାଉଥିଲେ । ଏହି ବାଲି ଚାଲାଣ ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ପ୍ରକାଶ କରିଛନ୍ତି । ଆସିକାର ଦୁଇ ନଦୀରୁ ଏହି ବେଆଇନ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ଦୃଷ୍ଟି ଦେଉନଥିବା ଏବଂ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଅଭିଯୋଗ କରାଯାଇଥିଲା ।