Saturday, November 14, 2026
Home ଆଞ୍ଚଳିକ ଝଡ଼ର ଇଗଲଙ୍କୁ ଝୁରୁଛି ସାରା ଓଡ଼ିଶା: ମହାନ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ...

ଝଡ଼ର ଇଗଲଙ୍କୁ ଝୁରୁଛି ସାରା ଓଡ଼ିଶା: ମହାନ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ।

121


ବେଲଗୁଣ୍ଠା , ୧୮/୦୪/୨୨ ( ଜିଲ୍ଲା ଖବର ) : ମନେ ପଡ଼ନ୍ତି ବିଜୁ ବାବୁ,ଝଡ଼ର ଇଗଲଙ୍କୁ ଝୁରୁଛି ସାରା ଓଡ଼ିଶା। ବିଜୁ ପଟ୍ଟନାୟକ ହେଉଛନ୍ତି ଓଡିଆ ଜାତିର ଗର୍ବ ଓ ଗୌରବ। ସେ ଆଧୁନିକ ଓଡ଼ିଶାର କିମ୍ବଦନ୍ତୀ ନେତା ଓ ସ୍ଥପତି ତଥା ଭୂମିପୁତ୍ର ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ତାଙ୍କର ଅଦମ୍ୟ ସାହାସିକତା ଓ କ୍ରାନ୍ତିକାରୀ ପଦକ୍ଷେପ ଯୋଗୁଁ ଇତିହାସ ରଚିଥିଲେ ପ୍ରବାଦ ପୁରୁଷ “ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ” ।

ଓଡ଼ିଶାର ମହାନ ଜନ ନାୟକ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅପ୍ରେଲ ୧୭ ତାରିଖ ଦିନ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ କଲ୍ୟାଣ ମଣ୍ଡପ ଠାରେ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଫିରୋଜ ସେଠୀ ।

ଏହି ଅବସରରେ ସେ କହିଛନ୍ତି ବିଜୁ ବାବୁ ଓଡ଼ିଆ ଜାତିର ସ୍ୱାଭିମାନ ବୋଲି ମତ ପ୍ରକାଶ କରିଥିଲେ ।

ଉପାଧ୍ୟକ୍ଷା ଟି . ବବିତା ପାତ୍ର ଆଗମୀ ଦିନରେ ବିଜୁ ବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ପୂର୍ବକ ଏହି ଅଞ୍ଚଳ ର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ କ୍ରମ କୁ ହାତକୁ ନେଇ ସଫଳ ରୂପାୟନ କରାଯିବ ବୋଲି ମତ ଦେଇଥିଲେ ।

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେବା ପରେ ମେଡିକାଲ ରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀ ଙ୍କୁ ଫଳ, ମିଠା ବିତରଣ କରିଥଲେ ।

ଏହି ଅବସର ରେ କାଉନସିଲର ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାସ, ଲିଜା ବେହେରା, ପ୍ରିୟମ୍ବଦା ସାମଲ କାହ୍ନୁ ଚରଣ ସାହୁ, ପ୍ରଦୀପ ସେଠୀ, ପ୍ରଗତୀ ପାତ୍ର, ଏ. ଦିଲୀପ ଆଚରି, କେ.ସୂଜ୍ୟୋତୀ ସୁବୁଦ୍ଧି , ବିଶ୍ଵନାଥ ଦଳାଇ,

ପ୍ରତିମା ସ୍ବାଇଁ ଙ୍କ ସମେତ ବରିଷ୍ଠ ଆଇନ ଜୀବି ସନ୍ତୋଷ କୁମାର ପଣ୍ଡା, ସମାଜ ସେବୀ ଭି. ଦେବୀ ପ୍ରସାଦ ପାତ୍ର, ଲିଙ୍ଗରାଜ ପାତ୍ର , ଜିତେନ୍ଦ୍ର ସୁବୁଦ୍ଧି ,ଆଲୋକ ସାହାଣୀ, ଡ଼କ୍ଟର. ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ନୀଳାଚଳ ସାହୁ, ସୁରେନ୍ଦ୍ର ସାମଲ ପ୍ରମୁଖ କାର୍ଯ୍ୟ କ୍ରମ ରେ ଯୋଗ ଦେଇଥିଲେ ।