
ନବରଙ୍ଗପୁର , ୧୮/୦୪/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ଅମରକୋଟ ବ୍ଳକ କେରିପଦର ଗ୍ରାମ କିଛି ଯୁବକ ଜୀବିକା ନିର୍ବାହ ପାଇଁ ଅନ୍ୟ ରାଜ୍ୟକୁ ଗତ ୨୦୨୧ ସେପ୍ଟେମ୍ବର ମାସରେ ଯାଇଥିଲେ l ସେହି ଲୋକ ମାନଙ୍କୁ ଗାଦିକଟ ଭାଲୁଗୁଡା ଗ୍ରାମ ର ସାଧୁ ସାଆନ୍ତା ନାମକ ବ୍ୟକ୍ତି ଇଟା ଭାଟି କାମ ଦେବାପାଇଁ କହି ନେଇଥିଲେ ।

କିନ୍ତୁ ଆଜିକୁ ଆଠ ମାସ ହେବ ଫେରି ନ ଥିବାର ଅଭିଯୋଗ କରିଛନ୍ତି ଘର ଲୋକେ। ତାଙ୍କୁ ନିର୍ଯ୍ୟାତନା ଦେଉଥିବାର ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀ କୁବେର ବେହେରା ଙ୍କୁ ଅଭିଯୋଗ କରିଛନ୍ତି ।

ଛୋଟ ଛୋଟ ପିଲାମାନଙ୍କୁ ଧରି ବହୁତ ଅସୁବିଧା ଅନାଟନରେ ଦିନ କାଟୁଥିବା ସରକାରଙ୍କୁ ଶିଘ୍ର ସ୍ୱାମୀ ମାନଙ୍କୁ ଫେରାଇ ଆଣିଦେବାପାଇଁ ଅନୁରୋଧ କରିଛନ୍ତି l ଶ୍ରମ ଅଧିକାରୀ ଶୀଘ୍ର ପଦକ୍ଷେପ ନିଆଯିବ ଓ ରହିଥିବା ଲୋକ ମାନଙ୍କୁ ଫେରାଇ ଆଣି ଘର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି l

ସରକାର ତାଙ୍କ ଗୁହାରି କେବେ ଶୁଣୁଛନ୍ତି କେତେ ଶୀଘ୍ର ତାଙ୍କ ସ୍ୱାମୀ ମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରୁଛନ୍ତି ତାହା ଦେଖିବାର ବାକି ରହିଲା ।
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଲା ଖବର।



