Home ଆଞ୍ଚଳିକ ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଠାରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର

ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଠାରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର

22

ଆସିକା,୧୮/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଠାରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜନୀତି ବିଭାଗ ପକ୍ଷରୁ ଧାରା ୩୭୦ର ଉଚ୍ଚେଦ,ସମସ୍ୟା ଓ ଏହାର ସମ୍ଭାବନା ଶିର୍ଷକ ବିଷୟ ସ୍କନ୍ଦର୍ଭ ଆଲୋଚନା କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଗଣେଶ୍ୱର ମାଝିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପାଠଚକ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ବିଭାଗୀୟ ଅଧିକାରୀ ଡଃ. ଅଭୟ କେଶରୀ ପରିଚ୍ଚା ପଟ୍ଟନାୟକ ଏଥିରେ ଭାଗ ନେଇ ଇତିହାସର ପୃଷ୍ଠ ଭୂମିରେ ୩୭୦ ଧାରାର ଅନୁଶୀଳନ କରି ଏହାର ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ଧାରାର ଉଚ୍ଚେଦ ପରେ ସୃଷ୍ଟି ହୋଇଥିବା ସମ୍ଭାବନା ଉପରେ ଏକ ସାରଗର୍ଭକୁ ଭାଷଣ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ ମାନଙ୍କ ମଧ୍ୟରୁ ତପସ୍ୱିନୀ ବିଶ୍ୱାଳ,ପ୍ରିୟଙ୍କା ସାହୁ,ପ୍ରିୟଦର୍ଶନି ବାଡତ୍ୟା ପ୍ରମୁଖ ଏହି ଆଲୋଚନା ଚକ୍ରରେ ଆଲୋଚ୍ୟ ବିଷୟ ଉପରେ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଡଃ.ଓଏମ.ନାରାୟଣ ରାଓ,ପ୍ରମୋଦ ତିଆଡି,ପଦ୍ମଚରଣ ନାଥ,ଡଃ.ସୁପ୍ରିୟା ଦାଶ,ଡଃ.ଲକ୍ଷ୍ମଣ ସୋରେନ,ଡଃ.ଉର୍ମିଳା ମୁଦୁଲି,ଡଃ.ଜସଶ୍ରୀ ମଲ୍ଲିକ,ଡଃ.ଲିନା ଲିଲିଆନ, ଡଃ. ସଶ୍ମିତା ପଟ୍ଟନାୟକ,ମମତା ନିଶାଙ୍କ,ଶ୍ରଦ୍ଧାଞ୍ଜଳୀ ମଳ୍ଲିକ, ବିନାୟକ ବେହେରା,ଶୁଭସ୍ମିତା ସାହୁ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ବିଭାଗୀୟ ଛାତ୍ରୀ ମାନେ ପାଠ ଚକ୍ରରେ ଯୋଗ ଦେଇ ବହୁ ପ୍ରଶ୍ନୋତର ଦେଇ ଦେଇଥିଲେ ।