
ହିଞ୍ଜିଳିକାଟୁ , ୧୭/୦୪/୨୨ ( ଜିଲ୍ଲା ଖବର ) : ମହାନ ଜନ ନାୟକ, ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁବାବୁ ଙ୍କ ଆଜି ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ |ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ରେ ସ୍ଥାନୀୟ ଋଷିକୂଲ୍ୟା କେନାଲ ରେ ସ୍ୱର୍ଗତ ବିଜୁ ବାବୁଙ୍କ ଉଦେଶ୍ୟରେ ତିଳ ତର୍ପଣ,


ବିଜୁ ପଟ୍ଟନାୟକ ଛକରେ ବିଜୁବାବୁଙ୍କୁ ପୁଷ୍ପମାଲ୍ୟ ଏବଂ ସଫେଇ କାର୍ଯ୍ୟକ୍ରମ କରି ବିଜୁବାବୁଙ୍କ ସପ୍ନ କୁ ସାକାର କରିବା ପାଇଁ ସଂକଳ୍ପ ନେଇଥିଲେ |


ଏହି ଅବସରରେ ଶେରଗଡ଼ ବ୍ଲକ ଅଧକ୍ଷ୍ୟ କୃଷ୍ଣ ଚନ୍ଦ୍ର ନାୟକ, ବ୍ଲକ ସଭାପତି ଶରତ ଚନ୍ଦ୍ର ପାତ୍ର, ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ମହାପାତ୍ର, ବିଜେଡି ଯୁବ ସଭାପତି ସନ୍ତୋଷ ପଟ୍ଟନାୟକ,


ବ୍ଲକ ଉପାଧ୍ୟାକ୍ଷା ସୁଧାସ୍ମିତା ପଟ୍ଟନାୟକ, ସମୀର ପ୍ରଧାନ, ଉଦୟ ନାଥ ପ୍ରଧାନ,ଚିତ ରଞ୍ଜନ ପାଣିଗ୍ରାହୀ,ଦିଗାମ୍ବର ନାହାକ, ସମେତ ବହୁ କର୍ମୀ ଉପସ୍ଥିତ ଥିଲେ |


