Home ଆଞ୍ଚଳିକ ଆସିକାର ବିଭିନ୍ନ ପଚାଂୟତରେ ଧାନ ମଣ୍ଡି ଶୁଭାରମ୍ଭ

ଆସିକାର ବିଭିନ୍ନ ପଚାଂୟତରେ ଧାନ ମଣ୍ଡି ଶୁଭାରମ୍ଭ

36

ଆସିକା,୧୭/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ବ୍ଲକର ବିଭିନ୍ନ ପଚାଂୟତରେ ଚାଷୀଙ୍କ ଧାନ ସଂଗ୍ରହ ନିମନ୍ତେ ମଣ୍ଡି ଖୋଲାଯାଇଛି । ଏହି ଅବସରରେ ବ୍ଲକ ଅଧିନ ପାଣ୍ଡିଆ ପଥର ପଚାଂୟତରେ ସେବା ସମବାୟ ସମିତିରେ ଖୋଲା ଯାଇଥିବା ଧାନ ମଣ୍ଡିକୁ ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲିକ ଉଦଘାଟନ କରିଥିଲେ । ଆସିକା ବ୍ଲକ ଯୋଗାଣ ନିରୀକ୍ଷକ ଜୟରାମ ଲେଙ୍କା,ସୋସାଇଟି ସେକ୍ରେଟାରୀ ଦିନବନ୍ଧୁ ଦୋରା,ସଭାପତି କେ.କାଳୁଚରଣ ଦୋରା,ଡାଇରେକ୍ଟର ପ୍ରସନ୍ନ ପାଢୀ,ଗୋପାଳ ଦୋରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପାଣ୍ଡିଆପଥର ଗ୍ରାମର ସନ୍ତୋଷ କୁମାର ଗୈାଡ ପ୍ରଥମ ଚାଷି ଭାବେ ଧାନ କ୍ରୟ କରାଯାଇଥିଲା । ସେହିପରି ମୁନିଗାଡି ପଚାଂୟତରେ ମଧ୍ୟ ଧାନ ମଣ୍ଡି ଶୁଭାରମ୍ଭ କରାଯାଇଥିଲା । ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲୀକ ଉଦଘାଟନ କରିଥିଲେ । ମୁନିଗାଡି ସରପଚଂ ମନୋଜ କୁମାର ପୋଲାଇ, ସମିତିସଭ୍ୟ ପଦ୍ମନାଭ ଗୈାଡ,ସେକ୍ରେଟାରୀ ଅମୁଲ୍ୟ କୁମାର ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ମୁନିଗାଡି ପଚାଂୟତରେ ପ୍ରଥମ ଚାଷି ଭାବେ ନବିନ କୁମାର ଜେନାଙ୍କ ଠାରୁ ଧାନ କ୍ରୟ କରାଯାଇଥିଲା । ଗୁଣ୍ଠପଡା ପଚାଂୟତରେ ଚାଷିଙ୍କ ଧାନ ସଂଗ୍ରହ ନିମନ୍ତେ ମଣ୍ଡି ଖୋଲାଯାଇଛି । ଗୁଣ୍ଠପଡା ସେବା ସମବାୟ ସମିତିରେ ଖୋଲାଯାଇଥିବା ଧାନ ମଣ୍ଡିକୁ ସରପଚଂ ମୋଚିଆଣି ବେହେରା ଉଦଘାଟନ କରିଥିଲେ । ବ୍ଲକ ଯୋଗାଣ ନିରିକ୍ଷକ ଜୟରାମ ଲେଙ୍କା,ସମବାୟ ବିଭାଗ ଏସଏଆର ଗୋପାଳ କୁଷ୍ଣ ଦାସ,ପୂର୍ବତନ ସରପଚଂ ସୁରେନ୍ଦ୍ର ଦଳେଇ,ଯୁବ ନେତା ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସଚଳା ପାତ୍ରଙ୍କ ଠାରୁ ୩୫ କୁଇଟାଂଲ ଧାନ କିଣାଯାଇଥିଲା । ବ୍ଲକର ୨୭ଟି ପଚାଂୟତରେ ୨୯ଟି ଧାନ ମଣ୍ଡି ଖୋଲାଯାଇଛି । ସେଥି ମଧ୍ୟରୁ ୧୯ଟି ବିଭିନ୍ନ ସେବା ସମବାୟ ସମିତି ମାଧ୍ୟମରେ ଖୋଲା ଯାଇଥିବା ବେଳେ ୧୦ ଟି ମଣ୍ଡି ଦାୟିତ୍ୱ ପ୍ରଥମ ଥର ପାଇଁ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀକୁ ଦିଆଯାଇଥିବା ଯୋଗାଣ ନିରୀକ୍ଷକ ଜୟରାମ ଲେଙ୍କା ସୁଚାନ ଦେଇଛନ୍ତି ।