
ଧର୍ମଶାଳା , ୧୭/୦୪/୨୨ ( ଜିଲ୍ଲା ଖବର ) : ରକ୍ତ ଦାନ ମହତ୍ ଦାନ,, ଏହି ମହତ୍ କାର୍ଯ୍ୟକୁ ପାଥେୟ କରି ଦୀର୍ଘ ସାତବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଏକ ରକ୍ତଦାନ ଶିବିର ।


ଧର୍ମଶାଳା ଅଞ୍ଚଳର ସର୍ବ ପୁରାତନ ବ୍ରିଟିଶ ଶାସନ କାଳରୁ ହୋଇଆସୁଛି ମୁନସୀ ମିଳନ, ଯାହାର ସର୍ବେସର୍ବା ହେଉଛନ୍ତି ।


ଧର୍ମଶାଳା ଥାନା ଅଧିକାରୀ, ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମିଳନ ସରିବାର କିଛି ଦିନ ବ୍ୟବଧାନରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଧର୍ମଶାଳା ଥାନା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥାଏ ।


ଠିକ୍ ସେହିପରି ଚଳିତ ବର୍ଷ ମଧ୍ୟ ମୁନସୀ ମିଳନ କମିଟି ଓ ଧର୍ମଶାଳା ଥାନା ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଥାନା ଅଧିକାରୀ ଶ୍ରୀଯୁକ୍ତ ରାକେଶ ତ୍ରିପାଠୀ ଉଦ୍ଘାଟନ କରିଥିଲେ ।


ଉକ୍ତ ଶିବିରରେ ଯାଜପୁର ଓ କଟକ ରକ୍ତ ଭାଣ୍ଡରର ସହକର୍ମୀ ଶିବିର ପରିଚାଳନା କରିଥିଲେ । ଏହି ଶିବିରରେ ପାଖ ଅଞ୍ଚଳର ସ୍ଵେଚ୍ଛାସେବୀ ସଂଗଠନ, ଯୁବକ, ଯୁବତୀ, ଓ ମହିଳାମାନେ ସାମିଲ ହୋଇ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।


ଶିବିରରୁ ୩୬୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏନେଇ କଣ କହୁଛନ୍ତି ଥାନା ଅଧିକାରୀ ଆସନ୍ତୁ ଶୁଣିବା ।
ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l



