Sunday, October 11, 2026
Home ମୁଖ୍ୟ ଖବର ଆସିକା ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ

ଆସିକା ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ

57

ଆସିକା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ଦଳ ପକ୍ଷରୁ ଆସିକା ବସଷ୍ଟାଣ୍ଡ ସ୍ଥିତ ଓଡିଆ ସମାଜ ସଭା ଗୃହ ଠାରେ ବିଜେପି ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପୂର୍ବତନ ବିଧାୟକ ତଥା ବିଜେପି ନେତା ଶ୍ରୀ ଦେବରାଜ ମହାନ୍ତି, ବିଜେପି ଘୁମୁସର ମଣ୍ଡଳୀ ସଭାପତି ସୂର୍ଯ୍ୟ ନାରାୟଣ ଦାସ, ବିଜେପି ରାଜ୍ୟ ପରିଷଦ ସଦସ୍ୟ ନାରାୟଣ ବେହେରା ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ କୁ ଆରମ୍ଭ କରିଥିଲେ। ଭାରତୀୟ ଜନତା ପାର୍ଟି ସଂଗଠନ ସଦସ୍ୟତା ଉପରେ ନରେନ୍ଦ୍ର ମୋଦୀ ତା- ୬-୭-୨୦୧୯ ରିଖ ରେ ଆରମ୍ଭ କରିଥିବା ବେଳେ ଅଗଷ୍ଟ ୧୧ ତାରିଖ ସୁଦ୍ଧା ଏହାକୁ ଶେଷ କରିବା ପାଇଁ କହିଥିଲେ। ଏହି ସଭାରେ ସଦସ୍ୟତା ବଢାଇବା ପାଇଁ ପ୍ରତି ବୁଥ୍ ରୁ ପ୍ରାୟ ୫୦ ଜଣ ସଦସ୍ୟ ସଂଗଠନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ଗତ ଥର ଓଡିଶାରେ ପ୍ରାୟ ୪୦ ଲକ୍ଷ ସଦସ୍ୟ ଥିବା ବେଳେ ଚଳିତ ବର୍ଷ ରେ ୫୦ ଲକ୍ଷ ସଦସ୍ୟ ସଂଗଠନ ନିମନ୍ତେ ଧାର୍ଯ୍ୟ କରାଯାଇଥିଲା । ଏହି ସଭାରେ ବିଜେପି ର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।