
ଆସିକା,୧୭/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ଟାଉନହଲ ଖେଳ ପଡିଆ ଠାରେ ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂରେ ଆଜି ମଙ୍ଗଳବାର ଅନୁଷ୍ଠୀତ ଦୁଇଟି ମ୍ୟାଚରେ ଗୁମ୍ମା ଭଲିବଲ ଦଳ ଓ ବ୍ରହ୍ମପୁର ପାୱାର ସିକ୍ସ ଭଲିବଲ ଦଳ ବିଜୟୀ ହୋଇଥିଲେ । ପୂର୍ବାହ୍ନ ମ୍ୟାଚରେ ଗଜପତି ଜିଲ୍ଲା ଗୁମ୍ମା ଭଲିବଲ ଦଳ ସହିତ ମୋହନା କୁରୁକ୍ଷେତ୍ର ଭଲିବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଗୁମ୍ମା ଭଲିବଲ ଦଳ ୨-୦ ପଏଟଂ ହାସଲ କରି ବିଜୟୀ ହୋଇଥିବା ବେଳେ ମୋହନା କୁରୁକ୍ଷେତ୍ର ଦଳ ପରାଜିତ ହୋଇଥିଲା । ଏହି ମ୍ୟାଚରେ ଗୁମ୍ମା ଭଲିବଲ ଦଳ ଖେଳାଳୀ ଶ୍ରୀନକ୍ସଲ ମଣ୍ଡଳଙ୍କୁ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତଥା ଆସିକା ମାନବ ସେବା ସମିତ ଉପଦେଷ୍ଠା ପ୍ରଦିପ କୁମାର ପାଣିଗ୍ରାହିଙ୍କ ଦ୍ୱାରା ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା । ସେହିଭଳି ଅପରାହ୍ନ ମ୍ୟାଚରେ ଦାରିଙ୍ଗିବାଡି ଭଲିବଲ ଦଳ ସହିତ ବ୍ରହ୍ମପୁର ପାୱାର ସିକ୍ସ ଦଳ ମଧ୍ୟରେ ଅନୁଷ୍ଠୀତ ହୋଇ ଥିଲା । ଏଥିରେ ବ୍ରହ୍ମପୁର ପାୱାର ସିକ୍ସ ଭଲିବଲ ଦଳ ୨-୧ ପଏଟଂ ହାସଲ କରି ବିଜୟୀ ହୋଇଥିଲା । ଏଥିରେ ଦାରିଙ୍ଗିବାଡି ଭଲିବଲ ଖେଳାଳୀ ଅଭୟ ମଲ୍ଲିକଙ୍କୁ କାଳଷଣ୍ଡପୁର ସରପଚଂ ଧନମାଳୀ ସିଅଙ୍କ ଦ୍ୱାରା ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା । ଏହି ମ୍ୟାଚରେ ରେଫରୀ ଦାୟିତ୍ୱରେ ରାମକୃଷ୍ଣ ଭଞ୍ଜ,ସ୍ୱଦେଶ ଦଳେଇ, ସ୍କୋରର ଦାୟିତ୍ୱରେ ସତୀଶ କୁମାର ନାୟକ, ଧାରାବିବରଣୀ ଦାୟିତ୍ୱରେ ବଳରାମ ପୋଲାଇ ଓ ବିଦେଶୀ ନାହକ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଏହି ମ୍ୟାଚରେ ସଭାପତି ଦିଲ୍ଲିପ କୁମାର ପାଣିଗ୍ରାହି,ଉପସଭାପତି ବି.ତେଜେଶ୍ୱର ରେଡ୍ଡି, ସେକ୍ରେଟାରୀ ଏମ.ତାରିଣୀ ସେନାପତି, ଯୁଗ୍ମ ସମ୍ପାଦକ ଏମ.ଶତ୍ରୁଘ୍ନ ରେଡି,କୋଷାଧ୍ୟକ୍ଷ ଲିଙ୍ଗରାଜ ପଣ୍ଡା,ଯୁବ ଖେଳାଳୀ ଚକ୍ରଧର ମିଶ୍ର,ଏସ.କାମେଶ୍ୱର,ଆଦିକାନ୍ତ ନାୟକ,ବିଶ୍ୱନାଥ ସେଠି ଖେଳକୁ ତଦାରଖ କରୁଥିବା ବେଳେ ପ୍ରିୟରଞ୍ଜନ ତ୍ରିପାଠି,ବୁଜେନ୍ଦ୍ର ରାଓ, ସତିଶ ଆଚାରୀ,ନିଳାଚଂଳ ଗୈାଡ,ବଳରାମ ବେହେରା ପ୍ରମୁଖ ମ୍ୟାଚ ପରିଚାଳନା ସହ ଯୋଗ କରିଥିଲେ ।



