
ଆସିକା , ୧୭/୦୪/୨୨ ( ଜିଲ୍ଲା ଖବର ) : ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ଆସିକା ବିଜୁ ଜନତା ଦଳ ପକ୍ଷରୁ ପାଳନ କରାଯାଇଛି । ସକାଳୁ ସକାଳୁ ଋଷିକୂଲ୍ୟା ସଙ୍ଗମ ସ୍ଥଳରେ ତିଳ ତର୍ପଣ ସାରିଥିଲେ ।

ବିଧାୟିକ ମଞ୍ଜୁଳା ସ୍ବାଇଁ ଙ୍କ ନେତୃତ୍ବରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ସାରିବା ପରେ ଆସିକା ଉପକଣ୍ଠ ଚିକିତ୍ସାଳୟରେ ରୋଗଙ୍କୁ ବିଧାୟିକ ଓ ଦଳୀୟ ନେତା ମାନେ ଫଳ ବଣ୍ଟନ କରିଥିଲେ ।


ସେହି ଭଳି ଆସିକା ଦଳିୟ କର୍ଯ୍ୟାଳୟରେ ସ୍ବର୍ଗତ ବିଜୁବାବୁଙ୍କ ଏକ ସ୍ମୃତି ସଭା ତଥା ଶ୍ରଦ୍ଧାଞଳୀ ଜ୍ଞାପନ କରାଯାଇଥିଲା ।

ବିଧାୟିକ ମଞ୍ଜୁଳା ସ୍ବାଇଁ ,ନଗରପାଳ ବିନେତା ସ୍ବାଇଁ ,ଉପର ନଗରପାଳ ଜୟନ୍ତୀ ବିଶୋଇ, ଗଞ୍ଜାମ ଯୋନ ଯୁବ ବିଜୁ ଜନତା ଦଳ ସଭାପତି ନଚିକେତା ସ୍ବାଇଁ ,

ନଗର ବିଜଡି ସଭାପତି ସତ୍ୟ ନାରାୟଣ ସ୍ବାଇଁ ,ବ୍ଳକ ବିଜଡି ସଭାପତି ରାଜେଶ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ଦୋରା ,ବରିଷ୍ଠ ନେତା ଦିଲ୍ଲୀପ ପାଣିଗ୍ରାହୀ, ସୂର୍ଯ୍ୟ କାନ୍ତ ପରିଡ଼ା,ଅଭିମନ୍ୟୁ ନାହକ,

ତନ୍ମୟୀ ନାହକ, ଜିତେନ୍ଦ୍ର ମହାରଣା ,ନିଗମ ରାଉତ,ପ୍ରତାପ ପ୍ରଧାନ, ସାଇରାଜ ଦଳାୟୀ, କେଶବ ଦାସ , ବିଦ୍ୟାନ୍ତ ଚର୍ଚି ପ୍ରମୁଖ ବିଜୁ ବାବୁ ଙ୍କ ଶ୍ମୃତି ଚାରଣ କରିଥିଲେ ।



