Monday, November 16, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ କାଳ ବୈଶାଖୀ : ଘଡ଼ଘଡ଼ି ସହ ଗଛ ଭାଙ୍ଗିଲା,ଅନ୍ଧାରରେ ସହର ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ କାଳ ବୈଶାଖୀ : ଘଡ଼ଘଡ଼ି ସହ ଗଛ ଭାଙ୍ଗିଲା,ଅନ୍ଧାରରେ ସହର ।

55

ବୁଗୁଡା , ୧୬/୦୪/୨୨ ( ଜିଲ୍ଲା ଖବର ) : ଦୀର୍ଘ ଦଶଦିନ ଧରି ରାଜ୍ୟର କୋଣେ ଅନୁକୋଣେ କାଳ ବୈଶାଖୀ ହୋଇ ଘରଦ୍ବାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରାଞ୍ଚଳ ଏବଂ ତା’ର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ଅନୁଭୂତ ହୋଇଥିଲା। ଯା’ଫଳରେ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ଝିପିଝିପି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ମାରି କେତେକ ସ୍ଥାନରେ ଗଛ ଭାଙ୍ଗି ଯାଇଥିବା ଜଣାପଡ଼ିଛି ତେବେ ବୁଗୁଡ଼ା ସହର ବଡଦାଣ୍ଡରେ ଏକ ବୃହତ୍ ଗଛଟିଏ ମୁଳରୁ ଭୂଷୁଡ଼ି ପଡିଥିଲା। ଦୈବାତ୍ ଜନସାଧାରଣଙ୍କ କୌଣସି ପ୍ରକାର କ୍ଷତି ଘଟିନାହିଁ । ଘଡ଼ଘଡ଼ି ଯୋଗୁଁ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଯାଇଥିବା ଫଳରେ ସହର ଓ ଆଖପାଖ ଅଞ୍ଚଳ ଅନ୍ଧକାରମୟ ହୋଇଛି। ଦିନ ତମାମ ଗ୍ରୀଷ୍ମ ପ୍ରବାହରେ ଅସହ୍ୟ ମନ ହେଉଥିବା ବେଳେ ବର୍ତ୍ତମାନ ବିଦ୍ୟୁତ୍ ବ୍ୟାଘାତ ଜନ ଜୀବନ ଅସହ୍ୟ ମନେ ହେଉଛି।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।