Sunday, October 11, 2026
Home ଅପରାଧ ବରପଲ୍ଲୀ ଗ୍ରାମରେ ଖଳା ପଡ଼ିଆରେ ନିଆଁ।

ବରପଲ୍ଲୀ ଗ୍ରାମରେ ଖଳା ପଡ଼ିଆରେ ନିଆଁ।

55

ହିଞ୍ଜିଳିକାଟୁ , ୧୬/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଖଳା ପଡିଆ ନିଆଁ ରେ ହୁ ହୁ ହୋଇ ଜଳି ପୋଡି ଯାଇଛି।

ନିଆଁ ର ପ୍ରକୋପ ଏତେ ଜୋରରେ ଥିଲା ଯେ ତାହା ଲୋକ ବସତି ଅଞ୍ଚଳକୁ ଆସିଯାଇଥିଲା।

ଏ ରାମେୟା ନାମକ ବ୍ୟକ୍ତିଙ୍କ ପାଖାପାଖି ୫୦ ରୁ୬୦ ଟି ନଡ଼ିଆ ଗଛରୁ ୨୦ ଟି ଗଛ ପୋଡି ନଷ୍ଟ ହୋଇ ଯାଇଛି।

ନିଆଁ ଲାଗିଯାଇଥିବା ଦେଖି ଗ୍ରାମବାସୀ ସଙ୍ଗେ ସଙ୍ଗେ ଫୋନ ଦ୍ଵାରା କୁକୁଡଡାଖଣ୍ଡି ଅଗ୍ନିଶମ ବିଭାଗ କୁ ଅବଗତ କରିଥିଲେ ।

ଅଗ୍ନିଶମ ବିଭାଗ ଅଧିକାରୀ ତାର୍ଜନ ନାୟକଙ୍କ ନେତୃତ୍ୱରେ ଏକ ଟିମ ଆସି ନିଆଁ କୁ ଆୟତ କରିବାରେ ଲାଗି ପଡିଛନ୍ତି।