Saturday, October 10, 2026
Home ଅପରାଧ ଚୋର ନଜର ଏବେ ମନ୍ଦିର ହୁଣ୍ଡି ଉପରେ।

ଚୋର ନଜର ଏବେ ମନ୍ଦିର ହୁଣ୍ଡି ଉପରେ।

82

ବ୍ରହ୍ମପୁର , ୧୬/୦୪/୨୨ ( ଜିଲ୍ଲା ଖବର ) : ଗୋଷାଣୀନୂଆଗାଁ ଦଣ୍ଡକାଳୀ ମନ୍ଦିରର କବାଟ ଚାବି ପଡ଼ିନଥିବା ସୁଯୋଗ ନେଇ କୌଣସି ଦୃବୁର୍ତ୍ତ ମନ୍ଦିରରୁ ହୁଣ୍ଡୀ ଚୋରି କରି ହୁଣ୍ଡିରୁ କିଛି ଟଙ୍କା ଗାଡ଼ିନେଇ ଖୁଛୁରା ଥିବା ହୁଣ୍ଡିକୁ ମନ୍ଦିର ନିକଟରେ ଥିବା ସବଡିଭିଜନ ରେଲୱେ ଟ୍ରାକ କଡରେ ହୁଣ୍ଡୀ ଭାଙ୍ଗି ଫିଙ୍ଗିଦେଇଛି l

ଗୋସାଇଁନୂଆଗାଁ ଥାନା ଅଧିକାରୀ ସୁମିତ ସୋରେନ ଖବର ପାଇବା ପରେ ତାଙ୍କ ଥାନା ଷ୍ଟାପ ଏସ ଆଇ ଜ୍ଞାନ ବେହେରା ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି l

ଏନେଇ ମନ୍ଦିର କମିଟି ପକ୍ଷରୁ ଏପଯ୍ୟନ୍ତ ଏତଲା ଦେଇନାହାନ୍ତି l ଚୋରି ହୋଇଥିବା ହୁଣ୍ଡିକୁ ପୋଲିସ ଥାନାକୁ ଆଣିଛି l

ଖୁବ ଶୀଘ୍ର ଗୋସାଇଁନୂଆଗାଁ ପୋଲିସ ଏହାର ପର୍ଦାଫାସ କରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l

ମନ୍ଦିର କମିଟି ପକ୍ଷରୁ ହୁଣ୍ଡିରୁ ପ୍ରାୟ ୨0 ହଜାର ଟଙ୍କା ଚୋରି ହୋଇଥିବା ସୂଚନା l